୩ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ପାନୀୟଜଳ ପ୍ରକଳ୍ପ ଦୋକାନୀଙ୍କ କବଜାରେ! :ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲପାଳଙ୍କୁ ଦାବୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ତହସିଲ ପରିସରରେ କିଛିବର୍ଷ ତଳେ ଜନସାଧାରଣଙ୍କ ସୁବିଧା ପାଇଁ ୨ଟି ଦୋକାନଘର ସାଂଗକୁ ଗୋଟିଏ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ୩ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା । ମାତ୍ର ପ୍ରବଳ ଗ୍ରୀଷ୍ମଋତୁ ସମୟରେ ଜନସାଧାରଣ ଟୋପାଏ ପାଣି ନ ପାଇ ହନ୍ତସନ୍ତ ହେଉଥିବା ବେଳେ ଏହି ୨ଟି ଦୋକାନଘର ନେଇଥିବା ଦୋକାନୀମାନେ ଉକ୍ତ ପ୍ରକଳ୍ପସ୍ଥାନଟିକୁ କବଜାରେ ରଖି ତାହାକୁ ଗୋଦାମ ଘର ଭାବେ ବ୍ୟବହାର କରୁଛନ୍ତି । ଏପରିକି ସେମାନେ ଉଭୟପଟୁ ବେଆଇନ୍ ଭାବେ ଜାଲି ଲଗାଇ ନିଜ ନିଜ ଅକ୍ତିଆରକୁ ନେଇଛନ୍ତି । ତହସିଲ ପରିସରରେ ଏହିପରି ବେଆଇନ୍ କାର୍ଯ୍ୟ ସଂପୃକ୍ତ ଦୋକାନୀ ଦ୍ୱୟ କରିଚାଲିଥିବା ବେଳେ ତହସିଲଦାର, ପୌରନିର୍ବାହୀ ଅଧିକାରୀ ଓ ରାଜସ୍ୱ ନିରିକ୍ଷକ ଏବାବଦରେ ଚୁପ୍ ହୋଇ ବସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟନ୍ନିତ କରିଛି । ଏହି ଘଟଣାରେ ବାଲେଶ୍ୱର ଜିଲାପାଳ ଓ ବ୍ରିଟ୍ ଅଧ୍ୟକ୍ଷ ସବିଶେଷ ତଦନ୍ତ କରି ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡ଼ା