

ଗୋପାଳପୁର (ସମୃଦ୍ଧ ଓଡିଶା) ଗତକାଲି ତଥା ଗୁରୁବାର ଦିନ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଗୋପାଳପୁର ଥାନା ଅନ୍ତର୍ଗତ ବିକ୍ରମପୁର ଗ୍ରାମରେ ସେପ୍ଟିକ ଟାଙ୍କିରେ ଦୁର୍ଘଟଣା ଘଟି ଜଣେ ମିସ୍ତ୍ରୀଙ୍କ ସମେତ ଦୁଇ ଜଣ ଗ୍ରାମବାସି ମଧ୍ୟ ଦୁର୍ଭାଗ୍ୟ ବଶତଃ ମୃତ୍ୟୁ ବରଣ କରିଥିଲେ । ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ରମେଶ ଜେନାଙ୍କ ଠାରୁ ଆଜି ତଥା ଶୁକ୍ରବାର ୨୩/୦୭/୨୦୨୧ରିଖ ଦିନ ଖବର ପାଇ ସର୍ବ ଭାରତୀୟ କିଷାନ କଂଗ୍ରେସର ଯୁଗ୍ମ ସଂଯୋଜକ ରଶ୍ମି ରଞ୍ଜନ ପଟ୍ଟନାୟକ ଆଜି ସେହି ମାନଙ୍କ ଶବ ବ୍ୟବଛେଦ ସମୟରେ ସ୍ଥାନୀୟ ବ୍ରହ୍ମପୁର ବଡ ମେଡିକାଲରେ ଉପସ୍ଥିତ ରହିବା ସହ ଶବ ସତ୍କାର ପାଇଁ ସେମାନଙ୍କ ଗ୍ରାମକୁ ମଧ୍ୟ ଯାଇଥିଲେ । ସ୍ଥାନୀୟ ଗ୍ରାମବାସୀଙ୍କ ସହ ଗତକାଲିର ଦୁର୍ଘଟଣା ବିଷୟରେ ପଚାରି ବୁଝିବା ସହ ମୃତ ତିନି ଜଣଙ୍କ ପରିବାରଙ୍କୁ ଦଶ ହଜ଼ାର ଟଙ୍କା ଲେଖାଁଏ ତିରିଶି ହଜାର ଟଙ୍କା ନଗଦ ସାହାଯ୍ୟ ମଧ୍ୟ କରିଥିଲେ ଶ୍ରୀ ପଟ୍ଟନାୟକ । ଏହି ସମୟରେ ଶ୍ରୀ ପଟ୍ଟନାୟକଙ୍କ ସହ ଗୋପାଳପୁରର ବିଧାୟକ ପ୍ରାଥୀ ଏସ୍ ଧର୍ମରାଜ ରେଡି, ବିକାଶ ନାୟକଙ୍କ ସହ ବହୁ କଂଗ୍ରେସ ନେତା କର୍ମୀ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

