

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜିଠୁ ସାରା ଦେଶରେ ୧୫ରୁ ୧୮ ବର୍ଷ ପିଲାମାନଙ୍କ ଟିକାକରଣ ଆରମ୍ଭ ହୋଇଛି । ଗଞ୍ଜାମ ଜିଲା ଛତ୍ରପୁର ଏନଏସି ଓ ବ୍ଲକରେ ଦୁଇଟି ସ୍ଥାନ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ଓ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆରମ୍ଭ ହୋଇଥିବା ବେଳେ ଅନଲାଇନ ଓ ଅଫଲାଇନରେ ଏହି ଟିକା ପ୍ରଦାନ କରାଯାଇଛି । ଏହି ଦୁଇଟି କେନ୍ଦ୍ରରେ ଦୈନିକ ୨ଶହ ଜଣକୁ ଏହି ଟିକା ଦେବାର ବ୍ୟବସ୍ଥା କରାଯାଇଛି । ଆଜି ପ୍ରଥମ ଦିବସରେ ୧୫ରୁ ୧୮ ବର୍ଷର ବର୍ଗର ପିଲାମାନେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ୧୭୫ଜଣ ଟିକା ନେଇଥିବା ମେଡିକାଲ ମ୍ୟାନେଜର ସନ୍ତୋଷ ପଣ୍ଡା ସୂଚନା ଦେଇଥିବା ବେଳେ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୬୬ ଜଣ ଟିକା ନେଇଥିବା ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ୧୫ରୁ ୧୮ ବର୍ଷ ପିଲାଙ୍କ ସ୍କୁଲ ଓ କଲେଜ ଖୋଲିଥିବାରୁ ଏହି ଟିକାକରଣ ସେମାନଙ୍କ ସୁରକ୍ଷାକବଚ ଭାବେ କାମ କରିବ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ସେମାନେ କେବେ ଟିକାକରଣ କରାଯିବ ବୋଲି ଆଶା ରଖିଥିଲେ ଆଜି ତାହା ପୁରଣ ହୋଇଥିବା କହିଥିଲେ । ଛତ୍ରପୁର ମେଡିକାଲରେ ଏହି ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ କୋଭାକ୍ସିନ ପ୍ରଥମ ଡୋଜ ଟିକା ଦିଆଯାଉଛି ଏହାର ୨୮ଦିନ ପରେ ପୁଣି ଦ୍ୱିତୀୟ ଡୋଜ ଟିକା ପ୍ରଦାନ କରାଯିବ ବୋଲି କୁହାଯାଉଛି । ଯେଉଁମାନେ ଟିକା ନେଉଛନ୍ତି ମେଡିକାଲରେ ଏକ ସ୍ୱତନ୍ତ୍ର ରୁମ ରଖାଯିବା ସହ କିଛି ସମୟ ସେମାନେ ବିଶ୍ରମ ନେଉଛନ୍ତି ଏବଂ ସେମାନଙ୍କ ଜଣେ ଡାକ୍ତର ତଦାରଖ ମଧ୍ୟ କରୁଛନ୍ତି । ଯଦି କିଛି କାହାର ଅସୁବିଧା ହେବ ତୁରନ୍ତ ଚିକିତ୍ସା କରାଯିବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି । ସେହିପରି ବହୁ ଛାତ୍ରଛାତ୍ରୀମାନେ ବାହାରକୁ ଯାଇ ଶିକ୍ଷାଦାନ କରୁଥିଲେ ଏବେ ଦିନକୁ ଦିନ ପଜିଟିଭ ହାର ବୃଦ୍ଧି ପାଉଥିବାରୁ ସେମାନେ ଭୟ ଭିତ ଥିଲେ ଏବେ ଟିକା ବ୍ୟବସ୍ଥା କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା