ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ଥାନାଧିକାରୀ ବିବେକ ମହନ୍ତଙ୍କ ସମେତ ଥାନାର କର୍ମଚାରୀମାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ୩ ବର୍ଷର ଶିଶୁପୁତ୍ର ଗୋପାଳପୁର ସମୁଦ୍ରକୂଳରୁ ଉଦ୍ଧାର କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଶିଶୁପୁତ୍ରଟି ନିଜ ସମ୍ପର୍କୀୟଙ୍କ ସହ ଗୋପାଳପୁର ବୁଲି ଯାଇଥିବା ବେଳେ ହଠାତ କେଉଁଆଡ଼େ ଚାଲିଯାଇଥିଲା । ଏହି ଖବର ପୋଲିସ ପାଇ ଖୋଯା ଖୋଜି କରି ସମୁଦ୍ରକୂଳରୁ ତାଙ୍କୁ ଉଦ୍ଧାର କରିଥିଲା । ଏହିପରି ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା