୪ ନକଲି ମାଓବାଦୀଙ୍କୁ ଗିରଫ କଲା ରାୟଗଡା ପୋଲିସ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡାରେ ନିଜକୁ ମାଓବାଦୀ ଭାବେ ପରିଚୟ ଦେଇ ଟଙ୍କା ଆଦାୟ କରୁଥିବା ୪ ଜଣ ଦୁର୍ବୃତଙ୍କୁ ଗିରଫ କରିଛି ରାୟଗଡା ପୋଲିସ । ଏମାନଙ୍କଠାରୁ ୧ଲକ୍ଷ ୮୬ହଜାର ଟଙ୍କା, ଡ୍ରାଇଭିଂ ଲାଇସେନ୍ସ୍ ଓ ୫ଟି ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି । ଗିରଫ ୪ ଅଭିଯୁକ୍ତ ହେଲେ ବଳରାମ ନାୟକ, ଭରତ ଓରଫ ଭପତା ନାଏକ, ପିଣ୍ଟୁ ଓରଫ ରମେଶ ନାଏକ, ବାଲେକାଦାସ୍‌ ନାଏକ ବୋଲି ଜଣାପଡ଼ିଛି । ଏହି ସମସ୍ତ ଅଭିଯୁକ୍ତଙ୍କ ଘର ରାୟଗଡ଼ା ଜିଲ୍ଲାରେ । ରାୟଗଡ଼ା ଜିଲ୍ଲାର ଅନନ୍ଦିରାକାନଞ୍ଚ ପୁଲିସ ଷ୍ଟେସନ୍‌ ଅଞ୍ଚଳର ପାଇକ୍‌ କୁପାଖାଲ ଗ୍ରାମର ହରି ବାଗଙ୍କ ପୁଅ ହଳଦର ବାଗଙ୍କ ଅଭିଯୋଗ କ୍ରମରେ ପୁଲିସ ତଦନ୍ତ କରି ଏହି ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଭରତ, ପିଣ୍ଟୁ, ବାଲେକାଦାସ୍‌ ଓ ବଳରାମ ନକଲି ମାଓବାଦୀଙ୍କ ନାମରେ ଚାନ୍ଦା ଆଦୟ କରି ଆସୁଥିଲେ ଏହି ୪ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ.ପି ରାହୁଲ ପଆର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ