ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୫ଟି ମୋ ବିଦ୍ୟାଳୟ ଯୋଜନାରେ ନବିକରଣ ହୋଇଥିବା ଜମାଳପୁରସ୍ଥିତ ରାଇବାହାଦୁର ବିଶ୍ୱନାଥ ଏକାଡେମୀ ଓ ଲକ୍ଷ୍ମଣନାଥସ୍ଥିତ ଲକ୍ଷ୍ମଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଏବେ ବ୍ଲକ ଅଞ୍ଚଳରେ ଉଦାହରଣ ପାଲଟିଛି । ପ୍ରତି ବିଦ୍ୟାଳୟରେ ପ୍ରାୟ ୯୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହାର ସ୍ମାଟ ଶ୍ରେଣୀ, ବିଜ୍ଞାନ ଗୃହ, ଖେଳ ପଡିଆ, ରାସ୍ତାର ସୌନ୍ଦଜିକରଣ, ପାଚେରୀ, ବଗିଚା ଇତ୍ୟାଦି କାର୍ଯ୍ୟ ଶେଷ ହୋଇଛି । ଆସନ୍ତା ନଭେମ୍ବର ୧୫ ତାରିଖରେ ୫ଟି ଏହାର ପରିଦର୍ଶନ କରିବାର ଦିନଧାର୍ଯ୍ୟ ହୋଇଥିବାରୁ ଆସନ୍ତା ମଙ୍ଗଳବାର ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ପରିଦର୍ଶନରେ ଆସିବେ ବୋଲି ଜଣାଯାଇଛି । ପ୍ରକାଶଯୋଗ୍ୟ ଏହି ୨ ବିଦ୍ୟାଳୟର କାର୍ଯ୍ୟ କୌଣସି ଠିକାଦାରଙ୍କୁ ନ ଦିଆଯାଇ ଜିଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବିଡିଓ କାର୍ଯ୍ୟ ତଦାରଖ କରିଛନ୍ତି ।
ରିପୋର୍ଟ : ଭୂପତି ପରିଡା