୫୭ ରାଜ୍ୟ ରାଜପଥରେ ବିପଦ ଶଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟି ତଥା ନେସ୍କୋ କର୍ମକର୍ତ୍ତାଙ୍କ ଅଦୂରଦର୍ଶୀତା ଫଳରେ ୫୭ତମ ରାଜ୍ୟ ରାଜପଥ ତଥା ମ୍ୟୁନିସିପାଲଟିର ନୂଆବଜାର ଜଳେଶ୍ୱର ମହିଳା ମହାବିଦ୍ୟାଳୟ ଛକରେ ୨ଟି ସିମେଣ୍ଟ ପୋଲ ଦୀର୍ଘମାସ ଧରି ଭାଂଗି ବିପଦ ସଂକୁଳ ଅବସ୍ଥାରେ ରହିଛି । ଯେ କୌଣସି ମୁହୁର୍ତ୍ତରେ ଏହି ଖୁଣ୍ଟଦ୍ୱୟର ଅଗ୍ରଭାଗରେ ଥିବା ବିଦ୍ୟୁତ୍‌ତାର ଶଙ୍ଖ, ଲୁହା ଏଙ୍ଗଲ ରାଜପଥରେ ଖସିପଡିବାର ସମ୍ଭାବନା ରହିଛି । ଏହା ହେଲେ ନାହିଁନଥିବା ଦୁର୍ଘଟଣା ଓ ମୃତାହତ ଘଟିବାର ଆଶଙ୍କା ଦେଖା ଦେଇଛି । ଏ ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ସେହିପରି ୬୦ ନଂ ଜାତୀୟ ରାଜପଥ ଓ ୫୭ ରାଜ୍ୟ ରାଜପଥ ଆଣ୍ଡରପାସ୍‌ରେ ଏକ ଲୁହା ପାଇପ ଝୁଲି ରହିଥିବାରୁ ଯେ କୌଣସି ମୁହୁର୍ତ୍ତରେ ଖସିପଡିବାର ସମ୍ଭାବନା ଦେଖା ଦେଇଛି । ପୁର୍ତ୍ତବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଜଣାଯାଇଛି । ଜାତୀୟ ରାଜପଥ ପ୍ରାଧିକରଣ କିମ୍ବା ପୁର୍ତ୍ତ ବିଭାଗ କର୍ମକର୍ତ୍ତ ଦୃଷ୍ଟି ଦୋବକୁ ଦାବି ହୋଇଛି ।