୫୭ ରାଜ୍ୟ ରାଜପଥରେ ଶ୍ରମିକ ଉପରେ ଚଢିଗଲା ପିକ୍ଅପ୍ : ୧ ମୃତ, ରାସ୍ତା ଅବରୋଧ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର- ଚନ୍ଦନେଶ୍ୱର ୫୭ ରାଜ୍ୟ ରାଜପଥର ଇକିଡି ଛକରେ ଆଜି ଏକ ନମ୍ବର ବିହିନ୍ ପିକ୍ଅପ୍ ଧକ୍କାରେ ଜଣେ ସାଇକେଲ ଆରୋହୀ ଶ୍ରମିକର ଶୋଚନୀୟ ମୃତ୍ୟୁ ଘଟିଥିବାରୁ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଦୀର୍ଘ ସମୟ ରାସ୍ତାଅବରୋଧ କରିଥିଲେ । ଘଟଣାରୁ ପ୍ରକାଶ ନମ୍ବର ବିହିନ ନୂଆ ପିକ୍ଅପଟି ଇଟା ବୋଝେଇ କରି ଚନ୍ଦନେଶ୍ୱର ଅଭିମୁଖେ ଗଲାବେଳେ ଆଜି ମଙ୍ଗଳବାର ଦ୍ୱିପ୍ରହରରେ ରାସ୍ତାକଡରେ ସାଇକେଲ ଆରୋହୀ ଜଣକ ରାସ୍ତାକଡରେ ଛଡି ହୋଇଥିବା ବେଳେ ତା ଉପରେ ଚଡିଯିବାରୁ ତାର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପିକ୍ପର ଡ୍ରାଇଭର ଫେରାର୍ ହୋଇଯିବାରୁ କ୍ଷତିପୂରଣ ଓ ବେପାରୁଆ ଗାଡିଚାଳନା ଅଭିଯୋଗ କରି ସ୍ଥାନୀୟ ଲୋକେ ଦୀର୍ଘ ୧ଘଣ୍ଟାଧରି ରାସ୍ତା ଅବରୋଧ କରିଥିଲେ । ପରେ ସେଠାରେ କେ୍େତକ ନେତୃସ୍ଥାନୀୟ ବ୍ୟକ୍ତି, ନାମ୍ପୋ ଏଏସ୍ଆଇ ଉମାକାନ୍ତ ମହାପାତ୍ରଙ୍କ ହସ୍ତକ୍ଷେପ ଫଳରେ ଘଟଣାର ଆପୋଷ ସମାଧାନ ହେବା ସହିତ ରାସ୍ତାରୋକ ହଟିଥିଲା । ସାଇକେଲ ଆରୋହୀ ଜଣକ ଧାନ କାଟିବାକୁ ଆସିଥିବାରୁ ତାକୁ ଚିହ୍ନଟ ଆଜି ସଂଧ୍ୟା ପର୍ଯ୍ୟନ୍ତ ମିଳିନଥିବା ପୁଲିସ୍ ସୂତ୍ରରୁ ପ୍ରକାଶ । ଅନ୍ୟ ପକ୍ଷରେ ତାର ଘର ମୟୂରଭଂଜ ଜିଲ୍ଲାର ଝାରପୋଖରୀଆ ଅଞ୍ଚଳରେ ବୋଲି ଏଏସ୍ଆଇ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା