
Line drawing of Notice Letter, Elements are grouped.contains eps10 and high resolution jpeg.
ଛତ୍ରପୁର (ସମୃଦ୍ଧ ଓଡିଶା) ଫାଇଭ ଟି ମାନଦଣ୍ଡରେ ଗଞ୍ଜାମ ଜିଲ୍ଲାର ଯେଉଁ ସରକାରୀ କର୍ମଚାରୀମାନେ କାର୍ଯ୍ୟକ୍ଷେତ୍ରରେ ନିଜର ପାରପ୍ରଦର୍ଶିତା ପ୍ରତିପାଦନ କରିପାରୁ ନାହାନ୍ତି କିମ୍ବା ଅହେତୁକ ଅବହେଳା କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନଙ୍କ ହସ୍ତରେ ନିଷ୍ପତ୍ତି ନେବାକୁ ପଛଘୁଞ୍ଚା ହେଉ ନାହାନ୍ତି । ଗତ ମଙ୍ଗଳବାର ଦିନ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଉଚ୍ଚ ପଦାଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ପାଞ୍ଚ ଜଣ ଅପାରଗ କର୍ମଚାରୀଙ୍କୁ ତୁରନ୍ତ ଅବସର ଦେବା ପାଇଁ ନୋଟିସ ଜାରି କରାଯାଇଥିଲା । ଏଥିରେ ଉପ ବିଭାଗ ଅଧିକାରୀ, ବରିଷ୍ଟ ରାଜସ୍ୱ ସହାୟକ ଏବଂ ସହାୟକ ରାଜସ୍ୱ ନିରୀକ୍ଷକ ପ୍ରଭୃତି କର୍ମଚାରୀ ଅନ୍ତର୍ଭୁକ୍ତ ଅଟନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ବିଭାଗରେ ଅନ୍ୟ ଯେଉଁ କର୍ମଚାରୀ ମାନେ ସରକାରୀ କାର୍ଯ୍ୟକୁ ହେୟ ମାନେ କରୁଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ତିରିଶି ଜଣ କର୍ମଚାରୀଙ୍କ ନାମ ଉକ୍ତ ତାଲିକାରେ ଅଛି । ସବିଶେଷ ବିବରଣୀ ଅନୁଧ୍ୟାନ ପରେ ତୁରନ୍ତ ଏମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଅବସର ନୋଟିସ ଜାରି କରାଯିବ । କାର୍ଯ୍ୟରେ ନିପୁଣ ନଥିବା କର୍ମଚାରୀ ଯେଉଁ ମାନଙ୍କର ବୟସ ୫୦ ବର୍ଷରୁ ଉର୍ଦ୍ଧ୍ଵ କିମ୍ବା କାର୍ଯ୍ୟ ଅବଧି ୩୦ ବର୍ଷରୁ ଅଧିକ ସେହିମାନଙ୍କୁ ଅବସର ଦେବା ପାଇଁ ଜିଲ୍ଲା ପ୍ରଶାସନ ଅଧିକ ଧ୍ୟାନ ଦେଉଛନ୍ତି ବୋଲି ଗଞ୍ଜାମ ଲୋକସମ୍ପର୍କ ଅଧିକାରୀ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା