ରାୟଗଡ଼ା(ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା ନକ୍ସଲ ପ୍ରବଣ ଆଦିବାସୀ ଅଧ୍ୟୁଷିତ ଚନ୍ଦ୍ରପୁର ଥାନା ଅଞ୍ଚଳରେ ଥିବା ବେଆଇନ ଗଞ୍ଜେଇ ଚାଷକୁ ଅବକାରୀ ବିଭାଗ ଓ ପୋଲିସ ମିଳିତ ଭାବେ ନଷ୍ଟ କରିଥିବା ମୁନିଗୁଡ଼ା ଥାନା ଏସ୍ଡ଼ିପିଓ ସୂଚନା ଦେଇଛନ୍ତି । ଜିଲ୍ଲା ଏସ୍ପି ଡ଼ଃ. ଶ୍ରବଣା ବିବେକ ଏମ୍ ଙ୍କ ନିର୍ଦେଶ କ୍ରମେ ମୁନିଗୁଡ଼ା ଏସ୍ଡ଼ିପିଓ ଚନ୍ଦ୍ରଶେଖର ହୋତା ଓ ଅବକାରୀ ନିରୀକ୍ଷକ ଦଣ୍ଡପାଣି ବେହେରାଙ୍କ ସମେତ ଶତାଧିକ ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ଏହି ଅଭିଯାନରେ ନିୟୋଜିତ ଥିଲେ । ଚନ୍ଦ୍ରପୁର ବ୍ଲକର କୁଟିଙ୍ଗଗୁଡ଼ା ଓ ଡ଼ାବେରୀ ଗ୍ରାମରେ ଚାଷ କରାଯାଇଥିବା ପ୍ରାୟ ୨୬ଏକର ଜମିରେ ଥିବା ଗଞ୍ଜେଇ ଗଛକୁ କାଟି ନଷ୍ଟ କରାଯାଇଥିବା ଏସଡିପିଓ କହିଛନ୍ତି । ଏହାର ଆନୁମାନିକ ମୂଲ୍ୟ ୫ କୋଟିରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଥିବା ମୁନିଗୁଡ଼ା ଏସ୍ଡ଼ିପିଓ ପ୍ରକାଶ କରିଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ