ଭୁବନେଶ୍ଵର (ସମୃଦ୍ଧ ଓଡିଶା) ରାଜଧାନୀ ଭୁବନେଶ୍ୱରରେ ବନ୍ଦ ଥିବା ୫ଟି ଡ୍ୟାନ୍ସ ବାର ପୁଣି ଥରେ ଖୋଲିବ । ଓଡ଼ିଶା ହାଇକୋର୍ଟ ମଙ୍ଗଳବାର ଏହି ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ୪ ସପ୍ତାହ ମଧ୍ୟରେ ଡ୍ୟାନ୍ସ ବାର ଖୋଲିବା ପାଇଁ ଅନୁମତି ଦେବାକୁ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅବକାରୀ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ କମିସନରେଟ ପୁଲିସ ଚଢ଼ାଉ କରିବା ପରେ ଏହି ଡ୍ୟାନ୍ସ ବାର ଗୁଡ଼ିକ ବନ୍ଦ ଥିଲା ।
ରିପୋର୍ଟ : ଆକାଶ ମିଶ୍ର