୫ ବର୍ଷକୁ ଥରେ ପଡୁଥିବା ପାରଳାଖେମୁଣ୍ଡି ମା’ଫୁଲସୁନ୍ଦରୀ ଠାକୁରାଣୀ ଯାତ୍ରା ଉଦଯାପନ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସମୁଟିଆ ସାହିରେ ଆଜି ମା’ଫୁଲସୁନ୍ଦରୀ ଠାକୁରାଣୀ ଯାତ୍ରାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି I ଗତକାଲି ରାତ୍ର ଠାରୁ ସହର ପରିକ୍ରମା କରି ଆଜି ଦିବା ୧୨ ଘଣ୍ଟା ସମୟରେ ପାଖାପାଖି ୧୫ ହଜାର ଭକ୍ତଙ୍କ ଉପସ୍ଥିତିରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇ ଥିଲା I ଭାରତ ବର୍ଷର କୋଣେ କୋଣେ ରହୁଥିବା ଏଠିକାର ସାହି ବାସିନ୍ଦା ଏହି ଠାକୁରାଣୀ ଯାତ୍ରାରେ ଆସି ଯୋଗ ଦେଇଥାନ୍ତି I ଏହି ଠାକୁରାଣୀ ଯାତ୍ରା ପ୍ରତି ୫ ବର୍ଷରେ ଥରେ ହୋଇଥାଏ I ଏକ ସପ୍ତାହ ଧରି ବହୁ ଧୂମଧାମରେ ପାଳନ ହୋଇଥାଏ I ସହରର ପ୍ରତେକ ସାହିରେ ଆଲୋକ ମାଳ ସଜାଯାଇଥାଏ I ସ୍ଥାନୀୟ ଲୋକେ ଏତେ ମାତ୍ରାରେ ଭକ୍ତିଭାବରେ ବାନ୍ଧି ହୋଇଯାଆ ନ୍ତି ଯେ, ପୁଣି ୫ ବର୍ଷକୁ ଏବେଠାରୁ ଅପେକ୍ଷା କରିବାକୁ ପଡିବ ବୋଲି କିଛି ଭକ୍ତ ଜଣାଇଛନ୍ତି, ଏକ ସପ୍ତାହ ଧରି ଠାକୁରାଣୀ ଯାତ୍ରା ଶାନ୍ତି ଶୃଙ୍ଖଳା ଭାବେ ପାଳନ ହୋଇଯାଇଛି ବୋଲି କମିଟି ସଦସ୍ୟ ଜାନକୀ ବେହେରା, କୃଷ୍ଣ ବେହେରା,ଗଙ୍ଗା ବେହେରା, ମଧୁ ବେହେରା, ଗୌରୀ ପ୍ରଧାନ, ପ୍ରମୁଖ ଜଣାଇଛନ୍ତି I

ରିପୋର୍ଟ : କୃଷ୍ଣ କୁମାର ବେହେରା