ଛତ୍ରପୁର (ସମୃଦ୍ଧ ଓଡିଶା) ଗତ କିଛି ଦିନ ହେଲା ଦେଶର କୋଣ ଅନୁକୋଣରେ ଦୁଷ୍କର୍ମ ଘଟଣା ବାରମ୍ବାର ଘଟୁଥିବାରୁ ରାଜ୍ୟ ବିଧାନସଭା ଓ ପାର୍ଲିଆମେଣ୍ଟରେ ରାଜନେତା ମାନଙ୍କର ତୁମ୍ବିତୋଫାନ ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ପୁଣି ଛତ୍ରପୁରରେ ଏକ ୫ବର୍ଷର ନାବାଳିକା ଦୁଷ୍କର୍ମ ସମସ୍ତଙ୍କୁ ବ୍ୟଥିତ କରିପକାଇଛି । ହାଇଦ୍ରାବାଦର ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ଜାତୀୟ ରାଜନୀତିକୁ ଦୋହଲାଇ ଦେଇଛି । ଆନ୍ଧ୍ର ମୁଖମନ୍ତ୍ରୀ ଜଗନମୋହନ ରେଡ୍ଡୀ ଦୁଷ୍କର୍ମ ଘଟଣାରେ ୨୧ ଦିନ ମଧ୍ୟରେ ଫଇସଲା କରି ଦଣ୍ଡ ବିଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅନ୍ୟ ରାଜ୍ୟମାନେ ମଧ୍ୟ କଠୋର ଦଣ୍ଡ ବିଧାନ ପାଇଁ ବ୍ୟବସ୍ଥା କରୁଥିବା ଜଣାଯାଇଛି । ଜାତୀୟ ସ୍ତରରେ ଏ ନେଇ ଯେତେ ଆଲୋଚନା ହେଉଛି କେଉଁଠି ନ କେଉଁଠି ବାରମ୍ବାର ଦୁଷ୍କର୍ମ ଘଟଣା ପଦାକୁ ଆସି ରାଜନୈତିକ ସରଗରମ ହୋଇ ଉଠୁଛି । ଦୁଷ୍କର୍ମ ଘଟଣା ବନ୍ଦ ହେବାର ନାଁ ଧରୁ ନଥିବାରୁ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି । ଫଳରେ ସରକାର ବଦନାମ ଦେବା ସହ ପୋଲିସ ନିଷ୍କ୍ରିୟତା ବୋଲି ଅଭିଯୋଗ ହେଉଛି । ଛତ୍ରପୁର ଥାନା ଅଧୀନରେ ଜଣେ ୫ ବର୍ଷର ନାବାଳିକାକୁ ଗୋଡ଼ ଓ ହାତ ବାନ୍ଧି ଦୁଷ୍କର୍ମ ହୋଇଥିବା ଅଭିଯୋଗ ଗଞ୍ଜାମ ଜିଲ୍ଲାକୁ ଦୋହଲାଇ ଦେଇଛି / ଅଭିଯୋଗ ପାଇ ଛତ୍ରପୁର ପୋଲିସ କେଶ ନଂ ୩୩୧ ରେ ମାମଲା ରୁଜୁ କରି ସମ୍ପୃକ୍ତ ଅଭିଯୁକ୍ତ କହେଇ ରାଉଳ (୨୦ ବର୍ଷ)କୁ ଡାକ୍ତରୀ ମାଇନା କରାଯାଇଛି । ପୋକସ ଆକ୍ଟଓ ଧାରା ୧୬୪ରେ ବୟାନ ରେକର୍ଡ କରାଯାଇ ତଦନ୍ତ ଚାଲୁ ରହିଛି । କହ୍ନେଇ ରାଉଳକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପୀଡିତା ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବୀ ହୋଇଛି । ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ୱାରୋପ କରି କ୍ଷତିପୂରଣ ଦେବାକୁ ଅନୁରୋଧ କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା