
ଛତ୍ରପୁର ସହରାଞ୍ଚଳର ୬ ନମ୍ବର ୱାର୍ଡ ଅନ୍ତର୍ଗତ କାରଣୀସାହିରେ ଅବସ୍ଥାପିତ ଅଙ୍ଗନାବାଡ଼ି କେନ୍ଦ୍ରରେ ସୋମବାର ଶିଶୁମାନଙ୍କୁ ପୋଷାକ ପତ୍ର ବଣ୍ଟନ କରାଯାଇଛି । କାରିଣୀସାହି ଏବଂ ତିରୁପତିରାଓ-ପେଟ୍ଟା ସାହି କୁ ନେଇ ଗଠିତ ୬ନମ୍ବର ୱାର୍ଡର କାଉନସିଲର ମମତା ମହାପାତ୍ର, ଅଙ୍ଗନାବାଡ଼ି ଦିଦି ସଙ୍ଗୀତା ମହାପାତ୍ର ଙ୍କ ଉପସ୍ଥିତିରେ ଯାଞ୍ଚ କମିଟୀ ସଭାପତି କୃପାସିନ୍ଧୁ ପଣ୍ଡା, ପ୍ରାକ୍ତନ ବିଧାୟକ ଅଶୋକ କୁମାର ଚୌଧୂରୀ ଯୋଗଦେଇ ସମସ୍ତ ଶିଶୁମାନଙ୍କୁ ପୋଷାକପତ୍ର ଡ୍ରେସ କୋଡ ବିତରଣ କରାଯାଇଛି । ଏ ନେଇ ପିଲାମାନଙ୍କ ମଧ୍ୟରେ ଏକ ଖୁସିର ଲହରୀ ଖେଳିଯାଇଛି ।
ରିପୋର୍ଟ : ଜିଲ୍ଲାପ୍ରତିନିଧି ନିମାଇଁ ଚରଣ ପଣ୍ଡା
