ଜଳେଶ୍ୱର (ସମୃଦ୍ଧ ଓଡିଶା) ପଶ୍ଚିମବଂଗରୁ ଓଡିଶାକୁ ପ୍ରତିଦିନ ପ୍ରାୟ ୫ହଜାର ଲି.ରୁ ଅଧିକ ଚୋରା ମଦ ପ୍ରବେଶ କରୁଥିବା ବେଳେ ଆସନ୍ତା ୧୯ରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର କାଦରାୟାଁ ପଂଚାୟତର ୧୮୭, ୧୮୯ ବୁଥ ଓ ଜିଲାର ଅନ୍ୟ କେତେକ ସ୍ଥାନରେ ସାନି ମତଦାନକୁ ଦୃଷ୍ଟିରେ ରଖି ବ୍ୟାପକ ଚେକିଂ ଓ ତଲାସି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଆଜି ଜଳେଶ୍ୱରର ଏକ ଫ୍ଲାଇ ସ୍କୁାଡ ଅତିରିକ୍ତ ତହସିଲଦାର କ୍ଷୀରୋଦ କୁମାର ପଣ୍ଡାଙ୍କ ନେତୃତ୍ୱରେ ଜଳେଶ୍ୱର ଥାନା ଏଏସ୍ଆଇ ସଦାଶିବ ନାୟକ , ବିରୁପାକ୍ଷ ଜେନା, ହେମନ୍ତ କୁମାର ମଣ୍ଡଳ ଓ ଗୋବିନ୍ଦ ଦାସ ପ୍ରମୁଖ ସନ୍ଦେହରେ ବାଇକ୍ ନଂ ଓଡି୦୧ଇ ୭୬୬୩ କୁ ଭେଲୋରାଛକ ନିକଟରେ ଅଟକାଇଥିଲେ । ତା ନିକଟରୁ ଅଖା ଭିତରେ ଭର୍ତ୍ତିଥିବା ମଦ ଜବତ୍ କରି ବସ୍ତା ଥାନାକୁ ନେଇଥିଲେ । ତାଙ୍କ ଠାରୁ ୭୦ଲିଟର ମଦ ଜବତ୍ ମଧ୍ୟ କରିଥିଲେ । ଅଭିଯୁକ୍ତଙ୍କ ନାମ ରେମୁଣା ଥାନା ଅନ୍ତର୍ଗତ ଆଲଦା ଗ୍ରାାମର କାର୍ତ୍ତିକ ମହାଳିକଙ୍କ ପୁତ୍ର ଶରତ ମହାଳିକ(୩୦) ବୋଲି ଅବକାରୀ ସୂତ୍ରରୁ ଜଣାପଡିଛି ।
ରିପୋର୍ଟ : ଭୂପତି କୁମାର ପରିଡା