

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ଗୁରୁବାର ବିଳମ୍ବିତ ରାତ୍ରିରେ ଦୀଘାରୁ ପୁରୀ ଯାଉଥିବା କାଳିଆନନା ବସ୍କୁ ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନଂ ଜାତୀୟ ରାଜପଥର ଚାଲନ୍ତିଠାରେ ଏକ କଲିକତାରୁ ବାଲେଶ୍ୱର ଯାଉଥିବା ଡବ୍ଲୁବି୩୩ସି-୧୨୩୧ ପଛପଟୁ ଧକ୍କା ଦେଇଥିଲା । ଫଳରେ ବସଟି ଭାରସାମ୍ୟ ହରାଇ ତଳକୁ ଗଡିଯିବାରୁ ସେଥିରେ ଥିବା ୬ଜଣ ଯାତ୍ରୀ ଆହତ ହୋଇଥିଲେ । ଅନ୍ୟପକ୍ଷରେ ଟ୍ରକ୍ର ହେଲପର ଗୁରୁତର ହୋଇଥିବାରୁ ଯାତ୍ରୀ ସମେତ ୭ଜଣଙ୍କୁ ଜିକେଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି ।ଏ ସଂପର୍କରେ ଜଳେଶ୍ୱର ଥାନାରେ ଏକ ମାମଲା ୪/୨୦ମୂଳେ ରୁଜୁ କରାଯାଇ ସବ୍ଇନିସ୍ପେକ୍ଟର ଅନୁସୟା ନାୟକକୁ ଦାୟିତ୍ୱ ଦିଆଯାଇଛି ବୋଲି ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁ ପ୍ରକାଶ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା