ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଦ୍ୱିପ୍ରହରରେ ବାଲେଶ୍ୱରରୁ ଦୀଘା ଅଭିମୁଖେ ଯାଉଥିବା ଓଆର୍୦୧ଏଚ୍୯୨୮୭ ଶ୍ରୀରାମ୍ଜି ବସ୍ଟି ଚାଲନ୍ତି ରେଳ ଲେଭେଲ କ୍ରସିଂ ନିକଟରେ ଏକ ଡମ୍ପରକୁ ପାରିହେବାବେଳେ ଯାନ୍ତ୍ରୀକ ତୃଟି ଘଟିବାରୁ ତଳକୁ ଖସି ଯାଇଥିଲା । କିନ୍ତୁ ବସ୍ଟି ଏକ ଗଛକୁ ଧକ୍କା ଦେଇ ଅଟକି ଯାଇଥିବାରୁ ସେଥିରେ ଥିବା ପ୍ରାୟ ୭୦ ଯାତ୍ରୀ ଅଳ୍ପକେ ରକ୍ଷା ପାଇଛନ୍ତି । କେତେକ ଯାନ ଦୃତ ଗତିରେ ଗଲାବେଳେ କିମ୍ବା ଅନ୍ୟ କେତେକ ଯାନକୁ ଆର୍ଟିଓ ଠିକ୍ ଭାବେ ପରୀକ୍ଷା ନିରୀକ୍ଷା କରୁନଥିବାରୁ ଏପରି ଯାନ୍ତ୍ରିତ ତୃଟି ଯୋଗୁଁ ଦୁର୍ଘଟଣା ବଢି ଚାଲିଛି ।
ରିପୋର୍ଟ : ଭୂପତି ପରିଡା