

ଜଳେଶ୍ୱର (ସମୃଦ୍ଧ ଓଡିଶା) ଶନିବାର ମଧ୍ୟରାତ୍ରରେ ୬୦ନଂ ଜାତୀୟ ରାଜପଥ କୁଣ୍ଡପୁରଛକ ନିକଟରେ ରାସ୍ତା ଦୁର୍ଘଟଣାରେ ଜଳେଶ୍ୱର ଥାନା ଅନ୍ତର୍ଗତ ପାଇକସିଦା ଗାଁର ତୁଫାନ ଓରଫ ପ୍ରତାପ ଚନ୍ଦ୍ର କାମିଳା (୩୦) ଓ ତାଙ୍କ ସ୍ତ୍ରୀ କଳ୍ପନା କାମିଳା (୨୩)ଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ୩ବର୍ଷର ଝିଅ ଭାଗ୍ୟଶ୍ରୀ ବାଲେଶ୍ୱର ଡାକ୍ତରଖାନାରେ ମୃତ୍ୟୁସହ ଲଢେଇ କରୁଛି । ପ୍ରତାପ ଓ କଳ୍ପନାର ଶବ ବ୍ୟବଚ୍ଛେଦ ହୋଇ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଭାଗ୍ୟଶ୍ରୀ ବ୍ୟତିତ ଏହି ପରିବାରର ମା କଟିବୁଢୀ ଓ ସାବତ ମା ଏବଂ ୨୨ବର୍ଷର ଅବିବାହିତା ଭଉଣୀ ନମିତା ରହିଥିବାରୁ ପରିବାରର ଭବିଷ୍ୟତ ଅନ୍ଧକାର ହୋଇଛି । ଫଳରେ ଗ୍ରାମବାସୀଙ୍କ ପକ୍ଷରୁ ପରିବାର ପ୍ରତି ସମବେଦନା ସୃଷ୍ଟି ହୋଇଛି । ପ୍ରକାଶଯୋଗ୍ୟ ବାଲିଆପାଳ ଥାନା ଅନ୍ତର୍ଗତ ଖଗଡାପାଳ ଗାଁର ମୃତ କାର୍ ଡ୍ରାଇଭର ତପନ ରଣା (୩୫) ପ୍ରତାପର ଭିଣୋଇ ହୋଇଥିବାରୁ ଏହି ପରିବେଷକୁ ଗମ୍ଭୀର କରିଛି । ସେହିପରି ଅନ୍ୟଜଣେ ମୃତ ସିଂଲା ଥାନା ଅନ୍ତର୍ଗତ ଚୋରମରା ଗାଁର ମୃତ ହରିଆ ଓରଫ ସୁଭିରଂଜନ ପରିଡା (୩୭)ଙ୍କର ମୃତଶରୀର ମଧ୍ୟ ଆଜି ଗାଁରେ ପହଞ୍ଚିଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ଶେଷ ଦର୍ଶନ କରାଯାଇଛି । ଏଥିରେ ଚୋରମରା ପଂଚାୟତର ସରପଂଚ ପରିତୋଷ କାମିଳା, ପାଇକସିଦା ପଂଚାୟତର ପୂର୍ବତନ ସରପଂଚ ସଞ୍ଚିତା ସେନାପତି, ଯୁବନେତା ମଧୁସୂଦନ ସେନାପତି ପ୍ରମୁଖ ଶୋକ ପ୍ରକାଶ କରି ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଦାବି କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା
