ଜଳେଶ୍ୱର (ସମୃଦ୍ଧ ଓଡିଶା) ଖଡଗପୁରରୁ ନହରପାଟଣା ଯାଇଥିବା ୬୦ନଂ ଜାତୀୟ ରାଜପଥ ସଂଲଗ୍ନ ଜଳେଶ୍ୱର ଥାନା ଅନ୍ତର୍ଗତ ଚାଲନ୍ତି ଗାଁର ଅନତୀଦୂର ଏକ ପରିତ୍ୱକ୍ତ ଘରୁ ଆଜି ଏକ ଅଚିହ୍ନା ଲୋକର ଶବ ଉଦ୍ଧାର କରାଯାଇଛି । ଘରଟିର ଚଟଣା ନିର୍ମାଣ ହୋଇନଥିବା ବେଳେ ଲୋକଟି ଏକ ବେଡ୍ସିଟ ଉପରେ ମରିପଡିଥିବା ଦେଖିବାକୁ ମିଳିଛି । ମଥାର ଚୁଟି ଓ ଶରୀରର ଚମଡା ଖସି ସାଇଥିବା ବେଳେ ସମଗ୍ର ଅଂଚଳଟି ଦୁର୍ଗନ୍ଧରେ ଫାଟି ପଡୁଛି । କିନ୍ତୁ ଜାତୀୟ ରାଜପଥ ୬୦ କଡରୁ ଏପରି ଏକ ପରିତ୍ୱକ୍ତ ଘରୁ ଗଳିତ ଶବ ଉଦ୍ଧାର ସଂପକରେ ବହୁକଥା ଶୁଣାଯାଉଛି । ଉକ୍ତ ବ୍ୟକ୍ତିକୁ କେହି ହତ୍ୟାକରି ସେଠାରେ ପକାଇ ଦେଇଥିବା କିମ୍ବା ଏକ ସୁଚିନ୍ତ ହତ୍ୟାକାଣ୍ଡ ବୋଲି କୁହାଯାଉଛି । କର୍ତ୍ତୃପକ୍ଷ ତଦନ୍ତ କରିବାକୁ ଦାବୀ ହେଉଛି । ପ୍ରକାଶଯୋଗ୍ୟ ଏହି ପରିତ୍ୟକ୍ତ ଘର ୨ଟି ସ୍ଥାନରେ ବାଲି ଜମା କରାଯାଇଥିବା ପ୍ରକାଶ ।
ରିପୋର୍ଟ : ଭୂପତି କୁମାର ପରିଡା