

ଗୋପାଳପୁର (ସମୃଦ୍ଧ ଓଡିଶା) ସାଧାରଣ ନିର୍ବାଚନ ଆଉ ଅଳ୍ପ ଦିନ ରହିଥିବା ବେଳେ ସମସ୍ତ ରାଜନୈତିକ ଦଳର ପ୍ରଚାର ବହୁ ତୀବ୍ର ହେବାରେ ଲାଗିଛି । ସମସ୍ତ ଦଳ ନିଜ ନିଜର ପ୍ରାର୍ଥୀ ଓ ସମର୍ଥକଙ୍କ ନେଇ ପ୍ରଚାର କରିବାରେ ଲାଗିଛନ୍ତି । ଏହି ଅବସରେ ୬ ଏପ୍ରିଲରେ ବିଜେପିର ବରିଷ୍ଠ ନେତା ତଥା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡିଶା ଆସୁଥିବା ସୂଚନା ମିଳିଥିଲା କିନ୍ତୁ ଏହାର ପରିବର୍ତ୍ତନ ହୋଇଛି ସେ ୫ ଏପ୍ରିଲରେ ଓଡିଶା ଆସିବେ । ବ୍ରହ୍ମପୁରରେ
ବିଜୟ ସଂକଳ୍ପ ସମାବେଶରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





