

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ଜିଲ୍ଲାରେ କମିବାର ନା ନେଉନି ଜନନୀ ଯନ୍ତ୍ରଣା । ଆମ୍ବୁଲାନ୍ସ ନମିଳିବାରୁ ରାସ୍ତାରେ ପ୍ରସବ କଲେ ମହିଳା । ବିଷମକଟକ ବ୍ଲକ କୋଡ଼ିଗୁମ୍ମା ଗ୍ରାମର ଜଣେ ଡଙ୍ଗରିଆ ଆଦିବାସୀ ପ୍ରସୂତିଙ୍କ ପ୍ରସବ କରିବା ନିମନ୍ତେ ଡାକ୍ତରଖାନାକୁ ଚାଲି ଚାଲି ଯିବା ସମୟରେ ବାଟରେ ପ୍ରସବ କରିଛନ୍ତି ମହିଳା । ବିଷମକଟକ କଡିଗୁମା ଗ୍ରାମର ଡଙ୍ଗରିଆ ଆଦିବାସୀ ମହିଳା ତେଲାଡି ତୁଇକା ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିଲେ । ତେବେ ଗାଁକୁ ରାସ୍ତା ନଥିବାରୁ ଚାଲି ଚାଲି ନିକଟସ୍ଥ ଛକକୁ ଆସିବାକୁ ପଡିଥିଲା । ତେବେ ୨କିଲୋମିଟର ଚାଲିବା ପରେ ବାଟରେ ତାଙ୍କର ପ୍ରସବ ହୋଇଥିଲା । ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ପରେ ଶିଶୁକୁ ଧରି ପୁଣି ୫କିଲୋମିଟର ଚାଲି ଚାଲି ନିକଟସ୍ଥ ଦେଗାଁ ଛକରେ ପହଞ୍ଚିଥିଲେ । ତଥାପି ଆମ୍ବୁଲାନ୍ସ ଆସିନଥିବାରୁ ଆଶା ଦିଦିଙ୍କ ସହାୟତାରେ ଏକ ଗାଡି ଭଡା କରି ଉଭୟ ମା’ ଓ ପିଲାଙ୍କୁ ବିଷମକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏବେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି । ତେବେ ଦୁର୍ଗମ ଅଞ୍ଚଳରେ ପକ୍କା ରାସ୍ତା ନଥିବା ଯୋଗୁଁ ଜରୁରୀ କାଳୀନ ପରିସ୍ଥିତିରେ ରୋଗୀମାନେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ
