
ଆଜି ସକାଳେ ୬ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ନେପାଳର ମାଉଣ୍ଟ ଏଭରେଷ୍ଟ ନିକଟ ଲାମଜୁରାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି। ସକାଳ ପ୍ରାୟ ୧୦ଟା ୧୫ମିନିଟରେ ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା ଓ ତାହା ନିଖୋଜ ହୋଇ ଯାଇଥିଲା। ହେଲିକପ୍ଟରଟି ୬ ଯାତ୍ରୀଙ୍କୁ ଧରି ଆଜି ସକାଳେ ସୋଲୁଖୁମ୍ବୁରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିଲା। ଉକ୍ତ ୬ ଜଣଙ୍କ ମଧ୍ୟରେ ୫ ଜଣ ବିଦେଶୀ ନାଗରିକ ଥିଲେ ବୋଲି ଜଣାପଡ଼ିଛି। ପ୍ରାୟ ୧୦ଟା ସମୟରେ କଣ୍ଟ୍ରୋଲ ଟାୱାର ସହ ହେଲିକପ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ହେଲିକପ୍ଟରର ଭଗ୍ନାବଶେଷ ଲାମଜୁରା ନିକଟସ୍ଥ ଗାଁରେ ପଡ଼ିଥିବା ଦେଖିବାକୁ ମିଳିବା ପରେ ଏହା ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ବୋଲି ଜଣାଯାଇଛି ।ହେଲିକପ୍ଟରଟି କାଠମାଣ୍ଡୁର ମ୍ୟାନେଜ ଏୟାରଲାଇନ୍ସର ହେଲିକପ୍ଟର ବୋଲି ଜଣାପଡିଛି। ଏହି ଏୟାରଲାଇନ୍ସ ସଂସ୍ଥା ଦେଶରେ ଭଡ଼ା ବାବଦରେ ହେଲିକପ୍ଟର ଯୋଗାଇଥାଏ। ତେବେ ଏହି ହେଲିକେପ୍ଟର ଭଡାରେ କେହି ଆଣିଥିବା ଅନୁମାନ କରାଯାଉଛି I