

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ଜିଲ୍ଲାରେ କମିବାର ନା ନେଉନି ଜନନୀ ଯନ୍ତ୍ରଣା । ପକ୍କା ସଡ଼କ ନଥିବାରୁ ୭କିମି ଖଟିଆରେ ବୁହାହେଲେ ପ୍ରସୂତି ମହିଳା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁନିଗୁଡା ବ୍ଲକ ଦିମିରିଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କଟାଙ୍ଗ ଗ୍ରାମରେ ଗାଁରେ ପକ୍କା ରାସ୍ତା ନଥିବାରୁ ଗୁଡୁ ମାଝିଙ୍କ ସ୍ତ୍ରୀ ଆଗୁଲି ମାଝି ପ୍ରସବ କରିବା ନିମନ୍ତେ ଡାକ୍ତରଖାନାକୁ ଯିବା ପାଇଁ ଏ ଏନ ଏମ ଓ ଆଶା ଦିଦିଙ୍କ ସମିତ ଗାଁ ଓ ପରିବାର ଲୋକେଙ୍କ ସହାୟତାରେ କଟାଙ୍ଗ ଠାରୁ ଅମଡ଼ାପଦର ଦୀର୍ଘ ୭କିମି ଚଲାପଥରେ ଖଟିଆ ବୁହାହେଇ ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଥିଲେ । ଆମ୍ବାଦଲା ଡାକ୍ତରଖାନାରେ ପହଞ୍ଚିବା ପରେ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଏବେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି । ତେବେ ଦୁର୍ଗମ ଅଞ୍ଚଳରେ ପକ୍କା ରାସ୍ତା ନଥିବା ଯୋଗୁଁ ଜରୁରୀ କାଳୀନ ପରିସ୍ଥିତିରେ ସ୍ୱାସ୍ଥ୍ୟସେବା ଓ ବିଭିନ୍ନ ମୌଳିକ ସୁବିଧା ପାଇପାରୁନାହାନ୍ତି ଏଥିଯୋଗୁଁ ରୋଗୀମାନେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ