ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୭ମ ବ୍ରହ୍ମପୁର ମହାନଗର ମହୋତ୍ସବ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମହୋତ୍ସବ କମିଟି ସଭାପତି ନାରାୟଣ ମହାଙ୍କୁଡଙ୍କ ଅଧ୍ୟକ୍ଷତାରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ କମିଟି ମୁଖ୍ୟ ଉପଦେଷ୍ଠା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ମହୋତ୍ସବର ଲୋଗୋକୁ ଉନ୍ମୋଚନ କରିଥିଲେ । ବରିଷ୍ଠ ସାମ୍ବାଦିକ ଜଗନମୋହନ ମହାପାତ୍ର ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟକ ଡା. ରାମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡ଼ିଏ ଅଧକ୍ଷ ସୁବାଷ ମହାରଣା, ଡ଼. ଏନ.ସି ପାଢ଼ୀ, ଭଗବାନ ଗନ୍ତାୟତ, କାହ୍ନୁ ଚରଣ ପତି ପ୍ରମୁଖ ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ଼. କୁଳମଣି ଓଝା, ଡ଼.ଶଙ୍କର୍ଷଣ ପାତ୍ର, ସଂଘମିତ୍ରା ଦଳାଇ, ସୁଧାଂଶୁ ପଣ୍ଡା, ମନମୋହନ ପାଢ଼ୀ, ସୁଧୀର ରାଉତ, ଏ. ସନ୍ତୋଷ ପାତ୍ର, ଦଣ୍ଡପାଣି ନାୟକ, ସୁଭାଷିନି ପଟ୍ଟନାୟକ, ମିହିର ତ୍ରିପାଠୀ, ଜଗନ୍ନାଥ ସାବତ, ବାବୁଲା ମହାପାତ୍ର ଅଂଶ ଗ୍ରହଣ କରିଥିଲେ । ଏହାସହ ବ୍ରହ୍ମପୁର ସହରର ହୋଟେଲ ଆସୋସିଏସନ, ୟୁନିୟନ କ୍ଳବ, ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ, ଟିମ କ୍ଲିନ ସିଟି, ମୁକ୍ତ ଆକାଶ, ସଖି, ବକ୍ସିଂଗ କ୍ଳବ, ମହାନଗର ଗୋପାଳ ସମାଜ, ରୋଟାରି କ୍ଳବ, ଅଭିମନ୍ୟୁ ଏଡ଼.ବି, ଆଇ ଏରୋବିସ, ନାଟକ ସୋମାରହ ସମିତି, ସଂଗୀତ ସଂଗଠନ, ଓଡିଶା ସର୍ଭିସ ସେଣ୍ଟର ଫର ବ୍ଲାଇଣ୍ଡ, ବିବେକାନନ୍ଦ ବିଦ୍ୟା ମନ୍ଦିର ସାହିତ୍ୟ ବିଭାଗ, ରୋଭର୍ସ କ୍ଳବ, ରେଶମ ସହର ପୁସ୍ତକ ମେଳା, ଭାଇସମେନ କ୍ଳବ ପ୍ରମୁଖ ସଂଗଠନ ସାମିଲ ହୋଇଥିଲେ । ଗଞ୍ଜାମର କଳା ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ସହ ସମାଜର ସବୁବର୍ଗ ଓ ବ୍ୟକ୍ତି ବିଶେଷଙ୍କୁ ନେଇ ଆୟୋଜିତ ହେବାକୁ ଥିବା ମହୋତ୍ସବ କିପରି ସୁଚାରୁ ରୂପେ ପାଳନ କରାଯାଇଥିପାରିବ ସେ ନେଇ ଶୁଭକାମନା ଜ୍ଞାପନ କରିବା ସହ ସମସ୍ତ ସାହାର୍ଯ୍ୟ ଓ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ । ଚଳିତ ଜାନୁୟାରୀ ୨୭ ରିଖରୁ ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୦ ଦିନ ଧରି ଏହି ମହାନଗର ମହୋତ୍ସବ ଖଲ୍ଲିକୋଟ କଲେଜ ଖେଳ ପଡିଆରେ ଆୟୋଜିତ କରିବା ପାଇଁ ନିଷ୍ପତି ନିଆଯାଇଥିବା ସୂଚନା ଦିଆଯାଇଛି । ସୂଚନା ଅନୁଯାଇ ଏହି ମହୋତ୍ସବରେ ରାଜ୍ୟ ଇ କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀ, ପଦାଧିକାରୀ, ସାମାଜିକ କର୍ମୀ ସାମ୍ବାଦିକ, କବି, ଲେଖକ, କଳାକାର, ବୁଦ୍ଧିଜୀବୀ ଓ ବରିଷ୍ଟ ନାଗରିକଙ୍କ ଉପସ୍ଥିତିରେ ପ୍ରତିଦିନ ଏକ ଓ ପ୍ରମୁଖ ବିଷୟକୁ ନେଇ ଆଲୋଚନା ଚକ୍ର ଆୟୋଜନ କରାଯିବ । ପ୍ରତ୍ୟେକ ଦିନ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ କରାଯିବାକୁ ସ୍ଥିର କରାଯାଇଛି । ସ୍ଥାନୀୟ ପ୍ରତିଭା ମାନଙ୍କ ନୃତ୍ୟ, ସଂଗୀତ ଓ ବିଭିନ୍ନ କାର୍ଯ୍ୟକ୍ରମ ବ୍ୟତୀତ ଓଲିଉଡ଼ ଜଗତର ପ୍ରଖ୍ୟାତ କଳାକାର, ଗାୟକମାନଙ୍କୁ ମଧ୍ୟ ପ୍ରଦର୍ଶିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟତମ ଆକର୍ଷଣ ପାଇଁ ବିଭିନ୍ନ ବିଭାଗ, ବ୍ୟବସାୟିକ ଅନୁଷ୍ଠାନ ପକ୍ଷରୁ ୧୦୦ରୁ ଉର୍ଦ୍ଧ୍ଵ ଷ୍ଟଲ ରହିଛି । ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ହସ୍ତତନ୍ତ, କୁଟୀର ଶିଳ୍ପ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରିବଟାର ବ୍ୟବସ୍ଥା କରାଯାଇଛି । ଗୃହିଣୀ ମାନଙ୍କ ବହୁ ଉପଯୋଗୀ ତଥା ବ୍ୟବହାର ଉପଯୋଗୀ ଘରୋଇ ସାମଗ୍ରୀ ଷ୍ଟଲ ମଧ୍ୟ ପ୍ରଦର୍ଶିତ କରାଯିବ । ଏହି ମହୋତ୍ସବର ସୁପରିଚାଳନା ସକାଶେ ଜିଲ୍ଲା ପ୍ରଶାସନ, ଆରକ୍ଷୀ ବିଭାଗ, ଦମକଳ ବାହିନୀ, ବିଦ୍ୟୁତ ବିଭାଗ, ଜନ ସ୍ୱାସ୍ଥ୍ୟ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ତଥା ବ୍ରହ୍ମପୁର ମହାନଗର ନିଗମର ସାହାର୍ଯ୍ୟ ଏବଂ ସହଯୋଗ ଲୋଡାଯାଇଥିବା କମିଟିର ଆବାହକ ଉମା ଶଙ୍କର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କମିଟି ସମ୍ପାଦକ ଗୋପାଳ ପଟ୍ଟନାୟକ, ଉପଦେଷ୍ଠା ମନୋଜକାନ୍ତ ଦାସ, ହେମାଙ୍ଗ ରାଉଳ, ଗୋପାଳ କୃଷ୍ଣ ଡାକୁଆ, ଚିରଞ୍ଜିତ ରାଜଗୁରୁ, ସତ୍ୟ ଚେତନ ପରିଡା, ରଶ୍ମିତା ପାଣିଗ୍ରାହୀ, ବି.କେ ବିଶାରଦ, ପ୍ରଶାନ୍ତ ଦାସ, ସୂର୍ଯ୍ୟନାରାୟଣ ଦାସ, ଅଭିରାମ ପାତ୍ର, ଶଙ୍କର ରଣା, ପ୍ରଶାନ୍ତ ପ୍ରତିନିଧି, କେ.ରବୀନ୍ଦ୍ର କୁମାର ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । କମିଟି କୋଷାଧ୍ୟକ୍ଷ ପ୍ରଣୟ କୁମାର ପଣ୍ଡା ମହୋତ୍ସବର ଆୟବ୍ୟୟର ଅଟକଳ ଉପସ୍ଥାପିତ କରିଥିଲେ । ପରିଶେଷରେ ମହୋତ୍ସବ କମିଟି ଉପସଭାପତି ଶକ୍ତିଧର ରାଜଗୁରୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମ୍ପାଦକ ଗୋପାଳ ପଟ୍ଟନାୟକ କାର୍ଯ୍ୟକ୍ରମର ରୂପରେଖା ପ୍ରସ୍ତୁତ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା