

ଛତ୍ରପୁର (ସମୃଦ୍ଧ ଓଡିଶା) ୭୩ତମ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସନ୍ଧ୍ୟାରେ ଅନଲାଇନ ଜମି ଜମା ସମ୍ବନ୍ଧୀୟ ଖଜଣା ବାନ୍ଧିବା ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶାସନ ବିଭାଗ ପକ୍ଷରୁ ଚାଷୀ ଓ ଜନସାଧାରଣ ସହାୟତା ନିମନ୍ତେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି କୁହାଯାଇଛି । ଜଣେ ବ୍ୟକ୍ତି କିମ୍ବା ଚାଷୀ ପୃଥିବୀର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ତାଙ୍କର ଜମି ଜମାର ଖଜଣା ଅନଲାଇନ ଯୋଗେ ପୈଠ କରିପାରିବେ । ମୁଖ୍ୟମନ୍ତ୍ରୀ ୫ଟି ଶୂଚିର ଏହା ଏକ ଅଂଶ ବିଶେଷ ବୋଲି ଅନୁଷ୍ଠିତ ଭିଡିଓ କନଫରେନସିଂ କାର୍ଯ୍ୟକ୍ରମ ମାଧ୍ୟମରେ ବିଭାଗୀୟ ପକ୍ଷରୁ ସୂଚନା ଦିଆଯାଇଛି ।


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ମାଧ୍ୟମରେ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଚାଷୀ ସହ ଆଲୋଚନା କରିଛନ୍ତି । ଏନେଇ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଅଶ୍ଵାନ ଭିଡିଓ କନଫରେନସିଂ ହଲ ଠାରେ ଗଞ୍ଜାମ ଜିଲ୍ଲାପଲ ବିଜୟ ଅମୃତା କୁଲାଙ୍ଗେଙ୍କ ସହିତ ଏ କାର୍ଯ୍ୟକ୍ରମ ସମ୍ବର୍ଦ୍ଧରେ ଆଲୋଚନା କରିଥିଲେ । ଏହାସହ ଛତ୍ରପୁର ଉମେଶ କୁମାର ସାହୁ ନାମକ ଜଣେ ଚାଷୀଙ୍କ ସହ ମଧ୍ୟ କଥା ହୋଇଥିଲେ । ଚାଷୀ ଶ୍ରୀ ସାହୁ ଅନଲାଇନ ମାଧ୍ୟମରେ ନିଜର ଜମି ଜମା ଖଜଣା ରାଶି ପୈଠ କରୁଥିବାରୁ ସେ ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବଦ ଅର୍ପଣ କରିଥିଲେ । ଆଲୋଚନା ବେଳେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ମୁଖ୍ୟମନ୍ତ୍ରୀ ୫ଟି ଆଉ ଏକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ହାତକୁ ନେଇଥିବା ସୂଚନା ଦେଇଛନ୍ତି । ସେହି କାର୍ଯ୍ୟକ୍ରମ ହେଲା ମୋ ସରକାର ଏହାଦ୍ୱାରା ପ୍ରତ୍ୟେକ ଜିଲ୍ଲାର ମେଡିକାଲ ଓ ସମସ୍ତ ପୋଲିସ ଥାନାରେ କି ପ୍ରକାର କାର୍ଯ୍ୟକ୍ରମ କରାଯାଉଛି ତାହା ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ରହି ଜାଣି ପାରିବେ ବୋଲି ୫ଟି କାର୍ଯ୍ୟକ୍ରମ ସଂଯୋଜକ ତଥା ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପଣ୍ଡିୟାନ ଭିଡିଓ କନଫରେନସିଂ ମାଧ୍ୟମରେ ସମସ୍ତ ଜିଲ୍ଲାପାଳଙ୍କୁ ସୂଚନା ଦେଇଛନ୍ତି ।


ଅନଲାଇନ ଜମିଜମା ଖଜଣା ପୈଠ ସମ୍ପର୍କୀୟ ନେଇ ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନଫରେନସିଂ ପରେ ଜିଲ୍ଲାର ସମସ୍ତ ତହସିଲଦାର, ଆରଆଇ ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ଏହି କାର୍ଯ୍ୟକ୍ରମ କିପରି ଲୋକମାନେ ସଚେତନତା ହୋଇପାରିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ କହିଥିଲେ । ଏହାସହ ସମସ୍ତ ଆରଆଇ କାର୍ଯ୍ୟାଳୟରେ ଚାଷୀମାନଙ୍କ ଠାରୁ ଆରଆଇମାନେ ଅନଲାଇନ ମାଧ୍ୟମ ଜମିଜମା ଖଜଣା ରାଶି କାର୍ଯ୍ୟ ଆରମ୍ଭ କରିବାକୁ କହିଥିଲେ । ସମସ୍ତ ତହସିଲ ଓ ଆରଆଇ କାର୍ଯ୍ୟାଳୟରେ ଏ ସମ୍ବନ୍ଧୀୟ ସୂଚନା ଫଳକ ଲଗାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଆଲୋଚନା କାର୍ଯ୍ୟକ୍ରମ ବେଳେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠି, ଜିଲ୍ଲା ରାଜସ୍ୱ ଅଧିକାରୀ ଡ଼ଃ.ଦିବ୍ୟ ଲୋଚନ ମହନ୍ତ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର, ଆରଆଇ ଓ ଏନଆଇସିର ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ । ଏହାସହ ଅନଲାଇନ ଜମିଜମାର ଖଜଣା ରାଶି ପୈଠ କରିଥିବା ଛତ୍ରପୁରର ୪ଜଣ ଚାଷୀ ସୁଧୀର କୁମାର ପଟ୍ଟନାୟକ, ଉମେଶ କୁମାର ସାହୁ, ଶଶୀଭୂଷଣ ପଟ୍ଟନାୟକ ଓ ଦିଲେଶ୍ଵର ରାଓ ମଧ୍ୟ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
