୭୩ତମ ସ୍ୱାଧୀନତା ଦିବସ ଅବସରରେ କ୍ରାନ୍ତି ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ “ମା’ତୁଝେ ସାଲାମ”…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ବ୍ରହ୍ମାନଗର ୧ମ ସାରଣୀ ସ୍ଥିତ କ୍ରାନ୍ତି ଅନୁଷ୍ଠାନ ତରଫରୁ ୭୩ତମ ସ୍ୱାଧୀନତା ଦିବସ ଅବସରରେ ରଙ୍ଗାରଙ୍ଗ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ “ମା’ତୁଝେ ସାଲାମ” ସ୍ଥାନୀୟ ହିଲପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ପ୍ରଥମେ ପୂର୍ବତନ ପ୍ରଧାନଶିକ୍ଷକ ବିରୁପାକ୍ଷ ଦାଶ ପ୍ରଭୁ ଜଗତରନାଥ ଜଗନ୍ନାଥଙ୍କ ନିକଟରେ ଅତିଥିମାନଙ୍କ ଗହଣରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡ଼ଃ.ଦେବାନନ୍ଦ ଦାସଙ୍କ ଅଧ୍ୟକ୍ଷତା ତଥା ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଏସଏମଆଇଟି ସଭାପତି ଡ଼ଃ.ଭଗବାନ ଗନ୍ତାୟତ, ମେକସ ଲାଇଫ ଇନସୁରାନସ ବ୍ରହ୍ମପୁର ଶାଖା ମୁଖ୍ୟ ସୌମ୍ୟରଞ୍ଜନ ପ୍ରଧାନ, ଦକ୍ଷିଣ ଓଡିଶା ନାଟକ ସମାରୋହର ସଭାପତି କେ.ବଳରାମ ଦାଶ, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି କେ.ଧନଞ୍ଜୟ ରାଓ, ଗଞ୍ଜାମ ଜିଲ୍ଲା ଓକିଲ ସଂଘ ସହ ସମ୍ପାଦକ କିରଣ ମଣ୍ଡଳ, ନାରୀ ହସ୍ପିଟାଲ ନିର୍ଦ୍ଦେଶକ ଡା.କୃଷ୍ଣ ଚନ୍ଦ୍ର ପାଢ଼ୀ ଓ ନିର୍ଦ୍ଦେଶିକା ନୀଳାଙ୍ଗା ପାଢ଼ୀ, ଆସ୍ଥା ହସ୍ପିଟାଲ ନିର୍ଦ୍ଦେଶକ ପ୍ରଭାକର ପାଢ଼ୀ, ବିଜେଡି ଯୁବ ନେତା ସଂଜିତ ପାଣିଗ୍ରାହୀ, ବିଜେଡି ନେତା ଦୁର୍ଗା ପଣ୍ଡା ଏବଂ ସମବାୟ ବ୍ୟାଙ୍କ ସଭାପତି ସୁଧୀର ରାଉତ ପ୍ରମୁଖ ସମ୍ମନିତ ଅତିଥି ଭାବେ ଯୋଗ ଦେଇ ସ୍ୱାଧୀନତା ଦିବସର ମହତ୍ୱ ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇ ଉତ୍ସାହିତ କରିଥିଲେ । ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନ ସହ ୪୦ ଗୋଟି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । କ୍ରାନ୍ତି ଅନୁଷ୍ଠାନର କୁନି କୁନି କଳାକାରମାନଙ୍କ ଦ୍ୱାରା ପରିବେଷିତ ଦେଶାତ୍ମବୋଧକ ପଲ୍ଲୀ ନୃତ୍ୟ ଦର୍ଶକମାନଙ୍କ ମନକୁ ମୋହିତ କରିଥିଲା । ଏହି ଅବସରରେ ୧୨୫୦ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରିବା ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର ସହକାରୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସଞ୍ଜୟ କୁମାର ରଥ, ଦେବରାଜ ରାଉତ, ମନୋଜ କୁମାର ସାହୁ, ଶ୍ରୀମତୀ ନିର୍ମଳା ଦାଶ, ଦେବବ୍ରତ ଗୌଡ଼, ମାନସ ରଞ୍ଜନ ରଥ, ଅନିଲ କୁମାର ସେଠି, ଶୁଭଶ୍ରୀ ପଟ୍ଟନାୟକ, ଆଶିଷ ବେହେରା, ଶେଖର ସୁନାମ ମାଝୀ, ନାରାୟଣ ନାହାକ, ସୁଶୀଲ କୁମାର ପାଢ଼ୀ, ପରମାନନ୍ଦ ପଣ୍ଡା, ବିଦ୍ୟାପତି, ସୁଭଦ୍ରା ସାହୁ, ଦିବ୍ୟାନଶୁ ରାଉତ ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମୁକୁନ୍ଦ ସାହୁ ଓ କାହ୍ନୁ ରାଉତ ଉଦଘୋଷକ ରୂପେ ଦାୟିତ୍ୱ ତୁଲାଇଥିବା ବେଳେ ଶେଷରେ ନିର୍ମଳା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା