ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୭୪ତମ ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଲଳିତା ସାସ୍କୃତିକ ଏକାଡେ଼ମୀ ପକ୍ଷରୁ ବସ୍ତ୍ର ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହାଉସିଂ ବୋର୍ଡ ଶାଳିଆ ବନ୍ଦ ସ୍ଥିତ ଜଗନ୍ନାଥ ବିହାର ବିମଳା ନଗର ଠାରେ ଚନ୍ଦ୍ରକଳାଙ୍କ ନେତୃତ୍ୱରେ ଆୟୋଜିତ ଏହି ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଗରିବ, ଅସହାୟ ଓ ଦିନ ମଜୁରିଆଙ୍କୁ ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ଯୁବ ବିଜେଡି ସଭାପତି ଅଜିତ କୁମାର ପଣ୍ଡା, ଛାତ୍ର ସଭାପତି ଶୋଭନ ନାୟକ, ଉପସଭାପତି ସୂର୍ଯ୍ୟୟ କାନ୍ତ ସୁବୁଦ୍ଧି, ଅଶୋକ କୁମାର ଦାସ, ଉଦୟ ବେହେରା, ସୁରେନ୍ଦ୍ରନାଥ ପଟ୍ଟନାୟକ, ଦିଲ୍ଲୀପ କୁମାର ପାତ୍ର, କୈଳାଶ ବିଷୋୟୀ, ବିନୋଦ ବେହେରା, ରାଜ କୁମାର ପାତ୍ର, ପ୍ରସାଦ କୁମାର ପରିଡ଼ା, ସୁରେଶ ସେଠୀ, ବିଜୟ କିରନ, ଏସ୍.ନର୍ ସୀମାମୂର୍ତ୍ତି, ଚନ୍ଦ୍ର ଶେଖର ପାତ୍ର, ପ୍ରିୟନାଥ ପାତ୍ର, ସାରଥୀ ସେଠୀ, ସତ୍ୟ ସୁବୁଦ୍ଧି, ସତ୍ୟବ୍ରତ ପଣ୍ଡା, ଚନ୍ଦ୍ରକଳା, ଜେ. ଦ୍ୱାରକାନ୍ତ, ଭି.ଲଳିତ ହସିନି, ଅଭିନାଶ, ରିତନା, ରୋଜା, ସ୍ଵପ୍ନା, ବିଜୟା, ମନୋଜ, ମାଧବୀ, ପ୍ରଦୂସ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା