
ଛତ୍ରପୁର (ସମୃଦ୍ଧ ଓଡିଶା) ଗୋପାଳପୁର ପୋର୍ଟ ସୁପରଭାଇଜର ଏଣ୍ଡ ୱାର୍କରସ୍ ୟୁନିୟନର କାର୍ଯ୍ୟାଳୟରେ ୭୪ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ଏଥିରେ ୟୁନିୟନର ସଂପାଦକ କେଶବ ନାହାକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୟୁନିୟନର ବି.ବୈରାଗୀ ରେଡ୍ଡୀ, ଯୁଗଳ କିଶୋର ଦାଶ, ରାମେଶ୍ୱର ନାୟକ, ପଦ୍ମ ଲୋଚନ ରେଡ୍ଡୀ, ମହେଶ୍ୱର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା