
ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଆଜି ୭୪ ବର୍ଷରେ ପାଦ ଦେଇଛନ୍ତି ନବୀନ । ତେବେ ନିଜ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତି ନେଇଛନ୍ତି ସେ । ବାତ୍ୟା ଫୋନିରେ ବ୍ୟାପକ କ୍ଷୟକ୍ଷତି ନେଇ ଜନ୍ମଦିନ ନପାଳିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇଛନ୍ତି । ଏହା ସହ ଶୁଭେଚ୍ଛୁଙ୍କୁ ନବୀନ ନିବାସ ନଆସି ସମାଜସେବା କରିବାକୁ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର