

ଭଞ୍ଜନଗର (ସମୃଦ୍ଧ ଓଡିଶା) ବଡ଼ଗଡ଼ ପୋଲିସ ୭ ଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩ଟି ମୋବାଇଲ, ଗୋଟିଏ ମାଉଜର, ତିନୋଟି ଅଫୁଟା ଗୁଳି ସହ କିଛି ସୁନା ସାମଗ୍ରୀ ଜବତ କରିଥିବା ଜଣାପଡିଛି । ଖବର ଅନୁଯାୟୀ, ଗତ ୧୮ତାରିଖରେ ବଡ଼ଗଡ଼ ଗାଁର ସୀମାଦ୍ରୀ ପାତ୍ରଙ୍କ ଘରେ ପଶି ମାଉଜର ଦେଖାଇ ଅନେକ ସୁନା ସାମଗ୍ରୀ ସହ ଟଙ୍କା ଲୁଟି ନେଇଥିଲେ । ସେବେଠାରୁ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ ଟିମ୍ ଗଠନ କରାଯାଇ ଛାନ୍ଭିନ୍ ଜାରି ରହିଥିଲା । ଏବେ ପୋଲିସକୁ ସଫଳତା ମିଳିଛି । ୭ ଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କୁ ନିକଟରେ ୩ଟି ମୋବାଇଲ, ଗୋଟିଏ ମାଉଜର, ତିନୋଟି ଅଫୁଟା ଗୁଳି ସହ କିଛି ସୁନା ସାମଗ୍ରୀ ଜବତ ହୋଇଛି ।
ରିପୋର୍ଟ : ଜିଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା