୮୩ ଜଣ ନିର୍ମାଣ ଶ୍ରମିକଙ୍କୁ ଓବିସିର କିଟ୍ସ୍ ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ମହମ୍ମଦନଗର ପାଟଣାର ତରିବତପୁର ପାଣି ପଂଚାୟତ ନିକଟରେ ରା.ରାମଚନ୍ଦ୍ରପୁର, ରାଜପୁର ଓ ମହମ୍ମଦ ନଗରପାଟଣ ପଂଚାୟତରେ ଥିବା ୮୩ଜଣ ନିର୍ମାଣ ଶ୍ରମିକଙ୍କୁ ଓଡିଶା ବିଲଡିଂ କନଷ୍ଟ୍ରାକଶନ ୱେଲଫେୟାର ବୋର୍ଡ ପକ୍ଷରୁ ହେଲମେଣ୍ଟ, ଗ୍ଲବ୍ସ୍, କରଣୀ, କଡେଇ, କୋଦାଳ, ଷ୍ଟିଲ ପଟା, ବୋର୍ଟ, ଛେଣି, ଲେବୁଲ ପାଇପ୍, ନୋଜ୍ ମାସ୍କ, ଏୟାର ପ୍ଲାଉ ଓ ଟ୍ରାୟ ସ୍କୟାର ଇତ୍ୟାଦି ଯୋଗାଇ ଦିଆଯାଇଥିଲା । ଏଥିଲାଗି ଆୟୋଜିତ ସଭାରେ ନିର୍ମାଣ ଶ୍ରମିକ ସଂଘର ସଭାପତି ସଂଜୟ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ଓବିସିରୁ ଆସିଥିବା କର୍ମକର୍ତ୍ତା ଶ୍ରଦ୍ଧାଞ୍ଜଳି ପରିଡା ଓ ଜିଲା ସଂଯୋଜକ ନିଜାମୁଦ୍ଦିନ ଖାଁ ଯୋଗ ଦେଇ ନିର୍ମାଣ ଶ୍ରମିକ ର କର୍ତ୍ତବ୍ୟ ଓ ସେମାନଙ୍କର ସୁରକ୍ଷା ପ୍ରତି ବାଙ୍ଗାଲୋରସ୍ଥିତ ଏକ କମ୍ପାନୀର ସହାୟତାରେ ଓବିସି କିପରି ମାନବୀୟ କାର୍ଯ୍ୟ କରିଆସୁଛି ସେ ସଂପର୍କରେ କହିଥିଲେ । ସରପଂଚ ଦମୟନ୍ତି ମହାନ୍ତି ଓ ସମିତି ସଦସ୍ୟ ଶ୍ରୀକାନ୍ତ ଭୂୟାଁ ଏଥିରେ ଅତିଥିଭାବେ ଯୋଗ ଦେଇ ଏହି ସବୁ ସରଞ୍ଜାମ ନିର୍ମାଣ ଶ୍ରମିକମାନଙ୍କ ମଧ୍ୟରେ ବଣ୍ଟନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା