

ଛତ୍ରପୁର (ସମୃଦ୍ଧ ଓଡିଶା) ଗୃହହୀନଙ୍କୁ ଗୃହ, ଜମିପଟ୍ଟା, ଭୂମିହୀନଙ୍କୁ ଭୂମି, ଚାଷୀ-ଭାଗଚାଷୀ ତଥା ଶ୍ରମିକମାନଙ୍କୁ ଆଇନତଃ ଅଧିକାର ପ୍ରଦାନରେ ଅବହେଳାର ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଗତକାଲିଠାରୁ ଆମ୍ବେଦକର ସମତା ପରିଷଦ ଓ ଦଳିତ ସହାୟକ ପ୍ରତିଷ୍ଠାନ ସଂସାର ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆନ୍ଦୋଳନର ଦ୍ୱିତୀୟ ଦିନରେ ଆମ୍ବେଦକର ସମତା ପରିଷଦର ତାରିଣୀ ନାୟକ, ପ୍ରଫୁଲ ଦାସ, ଦଳିତ ସହାୟକ ପ୍ରତିଷ୍ଠାନର ସଭାପତି କାଳୁଚରଣ ନାୟକ, ଲିଙ୍ଗରାଜ ନାୟକ, ଜଗନ୍ନାଥ ଦାସ, ସଂସାର ଅନୁଷ୍ଠାନର ରମେଶ ସାହୁଙ୍କ ସମେତ ଛତ୍ରପୁର ବ୍ଲକର ଜମିହୀନ, ଶତାଧିକ ଦଳିତ ମହିଳା ଓ ପୁରୁଷମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା