ୱାଇଏସଆର କଂଗ୍ରେସର ମୁଖ୍ୟ ଜଗନମୋହନ ରେଡ୍ଡୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇବା ସହ ଶପଥ ଗ୍ରହଣ ଉତ୍ସବ ନିମନ୍ତେ କଲେ ନିମନ୍ତ୍ରଣ…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଗତକାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ୱାଇଏସଆର କଂଗ୍ରେସର ମୁଖ୍ୟ ଜଗନମୋହନ ରେଡ୍ଡୀ । ଲୋକସଭା ନିର୍ବାଚନରେ ଏନଡିଏର ସଫଳତା ପାଇଁ ସେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ମୋଦି ମଧ୍ୟ ରେଡ୍ଡୀଙ୍କୁ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ମୋଦିଙ୍କ ସହ ଜଗନ ନିଜ ରାଜ୍ୟର ଆର୍ଥିକ ସ୍ଥିତି ଓ କେନ୍ଦ୍ରରୁ ନିଜ ରାଜ୍ୟ ପାଇଁ ଆର୍ଥିକ ସହାୟତା ନେଇ ଆଲୋଚନା କରିଛନ୍ତି । ତେବେ ମେ ୩୦ ତାରିଖରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଜଗନ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବାକୁ ସେ ମୋଦିଙ୍କୁ ନିମନ୍ତ୍ରଣ ଦେଇଛନ୍ତି ବୋଲି ସୂଚନା ।