




ରାୟଗଡା( ସମୃଦ୍ଧ ଓଡିଶା)ୱାଟସପ୍ ରୁ ପ୍ରେମ ଆଉ ତାପରେ ପ୍ରେମ ନାଁରେ ଶାରୀରିକ ସଂପର୍କ । ଏବେ ବିବାହ କରିବାକୁ ଯୁବତୀ ଅଡି ବସିବା ପରେ ଥାନା ପରିସରରେ ଅମାନୁଶିକ ଆକ୍ରମଣ । ଏହି ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା ସେଶଖାଲ୍ ଥାନା ପରିସରର । ପ୍ରତାରିତା ପ୍ରେମିକା ଦୀପା ଗୋରାକୁ ପ୍ରେମିକର ପରିବାର ଲୋକେ ନିସ୍ତୁକ ମାଡ ମାରିଛନ୍ତି । ସେଶଖାଲ ଥାନା ପୁଲିସର ଉପସ୍ଥିତିରେ ଦୀପା ଗୋରା ଓ ତା ମାଁବାପାକୁ ଆକ୍ରମଣ କରାଯାଇଛି । ଫଳରେ ଯୁବତୀ ଦୀପା ଗୋରାକୁ ଜେମାଦେଇପେଣ୍ଠ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ପ୍ରେମ ସଂପର୍କକୁ ନେଇ ଗତ ୨୯ ତାରିଖ ଦିନ ସେଶଖାଲ ଥାନାରେ ପ୍ରେମିକ ଧୀରନ୍ ପଟ୍ଟନାୟକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିଲା । ତେବେ ଉଭୟ ପରିବାରକୁ ପୁଲିସ ଥାନାକୁ ଡାକୁ ବୁଝାସୁଝା କରୁଥିବା ବେଳେ ଧୀରେନ୍ ର ପରିବାର ଲୋକେ ହଠାତ୍ ରାଗି ଯାଇ ପ୍ରେମିକା ଦୀପା ଗୋରା ଓ ତାଙ୍କ ମାଁବାପାଙ୍କୁ ଆକ୍ରମଣ କରିଥିଲେ । ୨୦୧୭ ମସିହାରେ ଝାଡଖଣ୍ଡ ତୁମକା ଥାନା ଅନ୍ତର୍ଗତ ରସିକପୁର ଗ୍ରାମର ଦୀପା ଗୋରା ରାୟଗଡାର ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢୁଥିଲେ । ସେହି ସମୟରେ କଲେଜର ଅଧ୍ୟାପକ ଧୀରେନ୍ କୁମାର ପଟ୍ଟନାୟକ ତାଙ୍କୁ ପ୍ରେମ ନିବେଦନ କରିବା ସହ ବିବାହର ମିଥ୍ୟ ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସଂପର୍କ ରଖିଆସୁଥିଲେ । ଇଂଜିନିୟରିଂ ପାଠ ଶେଷ ହେବା ପରେ ମଧ୍ୟ ଅଧ୍ୟାପକ ଜଣକୁ ଦୀପା ଗୋରାକୁ ରାୟଗଡା ସହରର ଏକ ଭଡା ଘରେ ରଖିଥିଲେ । ପରେ ଯୁବତୀ ଜଣକ ବାହା ହେବାକୁ କହିବାରୁ ଧୀରେନ୍ ମାନା କରିଦେଇଥିଲେ । ପରିବାର ଲୋକେ ଅଧ୍ୟାପକ ଧୀରେନ୍ ରହୁଥିବା ପିତାମହଲ ଗ୍ରାମର ଘର ଆଗରେ ଧାରଣା ଦେବା ସହ ସେଶଖାଲ ଥାନାରେ ଅଭିଯୋଗ କରିଥିଲେ । ତେବେ ପ୍ରେମ ସଂପର୍କ ରହିଥିବା କଥାକୁ ଧୀରେନ୍ ସ୍ବୀକାର କରିଥିବା ବେଳେ ମତେ ଯୁବତୀ ଜଣ ଫସେଇ ଦେବାକୁ ଉଦ୍ୟମ କରୁଛି ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ଏହି ଘଟଣାରେ ପୁଲିସ କୌଣସି ପ୍ରତିକ୍ରିଆ ଦେଇ ନ ଥିବା ବେଳେ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ