

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା )ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ-୨ ଠାରେ ସଖୀ ୱାନ୍ଷ୍ଟପ କେନ୍ଦ୍ରର ୪ର୍ଥ ବାର୍ଷିକ ଉତ୍ସବ ପାଳିତ ହୋଇଥିବା ବେଳେ ଏହାର ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇଏସ୍ଆର୍ଡିର ନିର୍ଦ୍ଦେଶକ ସୁଧୀର ସାବତଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ ଏହି କେନ୍ଦ୍ରର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ଏହି କେନ୍ଦ୍ର ଆମକୁ ଆହୁରି ଭଲ କାମ କରିବା ସହିତ ପିଢିତ ମହିଳା ଓ ବାଳିକା ମାନଙ୍କୁ ସୁରକ୍ଷା ଦେବାରେ ସହାୟକ ଆଦି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲପାଳ ରାଜେନ୍ଦ୍ର ମିଞ୍ଜ ସଖୀ ୱାନ୍ଷ୍ଟପ କେନ୍ଦ୍ରର ଆବଶ୍ୟକତା ଏବଂ ବ୍ଲକାଞ୍ଚଳରେ ଆହୁରି ଅଧିକ ସଚେତନତା କରାଯିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଶିଶୁ ସୁରକ୍ଷା ଅଧିକାରୀ ତଥା ନୋଡାଲ ଅଧିକାରୀ ଅରୁଣ କୁମାର ତ୍ରିପାଠୀ ୱାନଷ୍ଟପ କେନ୍ଦ୍ରର ପ୍ରତି ମାସରେ ଥରେ ପରିଦର୍ଶନ କରି ତଥ୍ୟ ବିବରଣୀ ପ୍ରଦାନ କରିଥିବା ବିଷୟ ଏବଂ ଯେଉଁ ମାମଲା ଗୁଡିକ କନସଲଟିଂ ମାଧ୍ୟମରେ ଆପୋଷ ବୁଝାମଣା ହୋଇପାରୁନି ସେହି ଘରୋଇ ହିଂସା ମାମଲାକୁ ଡିଆଇଆର୍ କରିବାପାଇଁ ପରାମର୍ଶ ଦେଇଥିଲେ । ସଖୀ ୱାନ୍ଷ୍ଟପ୍ କେନ୍ଦ୍ରର ଭାରପ୍ରାପ୍ତ ପ୍ରଶାସିକା ସୁନିତା ରଥ ଜିଲ୍ଲାରେ ଏହି କେନ୍ଦ୍ର ସ୍ଥାପିତ ହୋଇ ୪ର୍ଥ ବର୍ଷରେ ପଦାର୍ପଣ କରି ହୋଇଥିବା ସମସ୍ତ ମାମଲା ସଂଖ୍ୟା ଏବଂ ଏହି କେନ୍ଦ୍ରର ଷ୍ଟାଫ ବିବରଣୀ ଏବଂ ସହାୟାତା, ସୁବିଧା ଆଦି ବିଷୟରେ ବିରଣୀ ଦେଇଥିଲେ । ଚତୁର୍ଥ ବାର୍ଷିକ ପାଳନ ଅବସରରେ ଜିଲ୍ଲାପାଳ ଶ୍ରୀ ପ୍ରଧାନଙ୍କ ଦ୍ୱାରା କେକ୍ କଟାଯାଇ ମହା ସମାରୋହରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଥିଲା ।
ରିପୋର୍ଟ :କୃଷ୍ଣ କୁମାର ବେହେରା