

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଏନଏସି ପକ୍ଷରୁ ସ୍ଥାନୀୟ କୋର୍ଟ ଷ୍ଟେସନ ସାହି କୋଠ ଘର ଠାରେ ୱାର୍ଡ ସ୍ତରୀୟ କୋଭିଡ୍ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିଚାଳନା କମିଟିର କର୍ତ୍ତବ୍ୟ ଓ ଭୁମିକା ବିଷୟରେ ଆଲୋଚନା କରାଯାଇ ୱାର୍ଡରେ ବସବାସ କରୁଥିବା ସଦସ୍ୟ ମାନଙ୍କର ସ୍ୱାସ୍ଥ୍ୟ ବିବରଣୀ ସଂଗ୍ରହ କରିବା, ଚିକିତ୍ସା, ପରାମର୍ଶ, ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀମାନଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ଲୋକଙ୍କୁ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଉପରେ ସଚେତନତା କରାଯାଇଛି । ଏହାସହ ଏହି ବୈଠକରେ ୱାର୍ଡ ଅଫିସର ଏସ୍. ଡାଲେୟା ରେଡ୍ଡୀ ଯୋଗଦେଇ କରୋନାରୁ କିପରି ଦୂରେଇ ରହିବେ ସେଥି ନିମନ୍ତେ ସମସ୍ତେ ମାସ୍କ ପରିଧାନ କରିବା, ସାମାଜିକ ଦୂରତା ରକ୍ଷା କରିବା, ଜନଗହଳି ପୂର୍ଣ୍ଣ ସ୍ଥାନକୁ ନ ଯିବା, ସାନିଟାଇଜର ବ୍ୟବହାର କରିବା, ସରକାରଙ୍କ ବିଭିନ୍ନ କୋଭିଡ ନୀୟମ ମାନିବାକୁ ଜନସାଧାରଣଙ୍କୁ ସୂଚନା ଦେଇଥିଲେ । ସାହି ତଥା ଆଠ ନମ୍ବର ୱାର୍ଡର ବିଭିନ୍ନ ସମସ୍ୟା ସଂପର୍କରେ ସ୍ଥାନୀୟ ବାସିନ୍ଦା ମାନେ ୱାର୍ଡ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିବାସହ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ କହିଥିଲେ । ଏହି ବୈଠକରେ ପୂର୍ବତନ କାଉନସିଲର କେ.କ୍ରାନ୍ତି, ଆଇନଜିବୀ ବି.ଶ୍ରୀନିବାସ, ଅଙ୍ଗନବାଡି କର୍ମୀ ଏସ.ସତ୍ୟାମ୍ମାଓ ସୁମିତ୍ରା ପଣ୍ଡା, ସବିତାରାଣି ଗୌଡ, ସୁମିତ୍ରା ସାହୁ, ଯୁବନେତା ଅଟଳ ବିହାରୀ ପଟ୍ଟନାୟକଙ୍କ ସମେତ ସ୍ୱଚ୍ଛ ସାଥି, ଜଳସାଥି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ସାହିବାସିନ୍ଦା ଓ ବୃଦ୍ଧିଜିବୀ ମାନେ ଅଂଶ ଗ୍ରହଣ କରିଥିଲେ ।

