ଢେଙ୍କାନାଳରେ ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟକ୍ରମ ‘ହେଇଯାଉ’ ମାଧ୍ୟମରେ ଲୋକପ୍ରିୟତା ଅର୍ଜନ

ସାତଶହରୁ ଉର୍ଦ୍ଧ  ମୋଟରସାଇକେଲ ରାଲି ସହ ଜନସାଧାରଣଙ୍କ ଭବ୍ୟ ସମ୍ଭାର୍ଧନା

ଢେଙ୍କାନାଳ (ଶୁଭମ ପାଣି): ଢେଙ୍କାନାଳ ସହରରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ତାଙ୍କର ଲୋକାର୍ଷଣ କାର୍ଯ୍ୟକ୍ରମ ‘ହେଇଯାଉ’ ମାଧ୍ୟମରେ ଲୋକଙ୍କ ସହିତ ମିଶି ଆହୁରି ଲୋକପ୍ରିୟତା ଅର୍ଜନ କରିବାପାଇଁ ଛୋଟମୋଟ ଦୋକାନରେ ଚା’ ଟିକେ ପିଇବାକୁ ମଧ୍ୟ ପଛଉନାହାଁନ୍ତି ।ଢେଙ୍କାନାଳ କଲେଜର ବାଇପାସରେ ଥିବା ବିଜୁଭବନରେ ବୈଜୟନ୍ତ ପହଞ୍ଚିବାପରେ ବହୁ ସଂଖ୍ୟାରେ ଜନସାଧାରଣ ଭବ୍ୟ ସମ୍ଭାର୍ଧନା ଦେଇଥିଲେ ।ପାଖାପାଖି ସାତଶହରୁ ଉର୍ଦ୍ଧ  ମୋଟରସାଇକେଲ ରାଲିରେ ଶୋଭାଯାତ୍ରା କରି ସହର ପରିକ୍ରମା କରାଇଥିଲେ ।ସେ ଏକ ଖୋଲା ଜୀପରେ ଛିଡ଼ାହୋଇ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଉଥିଲେ ।ତାପରେ ଗଣେଶ ବଜାର ସ୍ଥିତ ପରଶୁ ଚା’ ଦୋକାନରେ ବୈଜୟନ୍ତଙ୍କ ଚା’ ଖଟି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ। ବିଜୁ ଭବନଠାରୁ ଗଣେଶ ବଜାର ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ରାଲି କରାଯାଇଥିଲା। ଏଥିରେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ବି ସାମିଲ ହୋଇଥିଲେ ।କାର୍ଯ୍ୟକ୍ରମରେ ଏତେ ସଂଖ୍ୟକ ଲୋକ ଯୋଗ ଦେଇ ସ୍ନେହଶ୍ରଦ୍ଧା ଦେଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ବୈଜୟନ୍ତ ।ଏହି ଅବସରରେ ହେଲିକପ୍ଟର ଉଡ଼ାଣ ବିବାଦ ପ୍ରସଙ୍ଗରେ ମତ ରଖିଛନ୍ତି ବୈଜୟନ୍ତ ।ସେ କହିଛନ୍ତି, “୫ ଥର ଏଫ୍‌ଆଇଆର ବଦଳାଯାଇଛି। ଗୋଟିଏ ହେଲିକପ୍ଟର ବିରୋଧରେ ଅଭିଯୋଗ ହୋଇଛି, ହେଲେ ୩ଟି ସିଜ୍ କରାଯାଇଛି । ଅନ୍ୟମାନେ ଚିଲିକାରେ ହେଲିକପ୍ଟର ଉଡ଼ାଇଛନ୍ତି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଇନି । ମୋତେ ରୋକିବା ପାଇଁ ଯେତେ ଚେଷ୍ଟା କଲେ ବି ରୋକି ପାରିବେ ନାହିଁ । ଏହା ଅନ୍ୟାୟ, ଲୋକେ ଏହାର ଜବାବ ଦେବେ । ଚା’ ଖଟିରେ ଅପରାଧ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ବୈଜୟନ୍ତ । କହିଥିଲେ, “ଗତ ୪ରୁ ୫ ବର୍ଷରେ ଦେଶରେ ୧୯ ପ୍ରତିଶତ ଅପରାଧ ବଢ଼ିଛି । ଏନ୍‌ସିଆରବି ରିପୋର୍ଟରେ ଓଡ଼ିଶାs ୫୦ ପ୍ରତିଶତ ଅପରାଧ ବଢ଼ିଛି । ସେହିପରି ଅଭିଜିତ ଆୟାରଙ୍କ ବିବାଦୀୟ ଭିଡିଓ ନେଇ ମତ ରଖିଥିଲେ ବୈଜୟନ୍ତ। କହିଥିଲେ- ଆୟାର ମୋ ମିତ୍ର ନୁହଁନ୍ତି । ତାଙ୍କ କାର୍ଯ୍ୟାକୁ ନିନ୍ଦା ଓ ନାପସନ୍ଦ କରିସାରିଛି । ଓଡ଼ିଶାକୁ ପ୍ରମୋଟ୍ କରିବା ପାଇଁ ସାମ୍ବାଦିକଙ୍କୁ ବୁଲାଇ ଦେଖାଇଥାଏ । ଏହାପରେ ଯଦି ସମ୍ପୃକ୍ତ ବ୍ୟକ୍ତି ଆଉ କେଉଁଠି କ’ଣ କୁହନ୍ତି, ସେ ଦଣ୍ଡିତ ହେବେ ବୋଲି ସେ କହିଥିଲେ ।