ଜାତୀୟ ଯୁବ ଦିବସ ପାଳିତ:ସମାଜ ପରିବର୍ତ୍ତନ ଦିଗରେ ଯୁବ ସଶକ୍ତିକରଣର ଆବଶ୍ୟକତା

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ୱାଇଡବ୍ଲ୍ୟୁସିଏ ବ୍ରହ୍ମପୁର ଓ ରାମନାରାୟଣ ମହାବିଦ୍ୟାଳୟ ଡୁରାର ମିଳିତ ସହଯୋଗରେ ଡୁରା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ କନିସି ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ଦାସ ଯୋଗଦେଇ ଯୁବମାନଙ୍କୁ ସମାଜ ସେବା ନିମନ୍ତେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ସଦରଥାନା ଡ଼ିଏସପି ଶାନ୍ତା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ୍ୟ ସହଯୋଗ କରିବା ନିମନ୍ତେ ଉତ୍ସାହିତ କରିଥିଲେ । ଅସୁବିଧା ସମୟରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ତାଙ୍କର ସହଯୋଗର ହସ୍ତ ରହିବ ବୋଲି ମତ ରଖିଥିଲେ । ଅନ୍ୟତମ ସନମାନିତ ଅତିଥି ବିଶିଷ୍ଟ କବୟିତ୍ରୀ ଦେବିପ୍ରଭା ରଥ ସସମାଜର ପରିବର୍ତନ ନିମନ୍ତେ ଯୁବ ଶକ୍ତିର ଆଵଶ୍ୟକତା ରହିଛି ବୋଲି ସମ୍ଭାଷଣ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ତଥା ଏନଏସଏସର ସଂଯୋଜକ ସୁରେଶ ସାମନ୍ତରାୟ ଓ ରାଜେଶ କୁମାର ପଶୁପାଳ ମଂଚାସୀନ ରହି ମହାବିଦ୍ୟାଳୟ ସ୍ତରରେ କରାଯାଉଥିବା ସମାଜ ସଚେତନ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ୱାଇଡବ୍ଲ୍ୟୁସିଏ ମହିଳା ସଙ୍ଗଠନର ଅଧ୍ୟକ୍ଷା ଲେନା ଚାନ୍ଦ ସଭାରେ ଅଧ୍ୟକ୍ଷତା କରି, ସାମାଜିକ ପରିବର୍ତ୍ତନ ନିମନ୍ତେ ଯୁବ ସଶକ୍ତିକରଣର ଆବଶ୍ୟକତା ଶିର୍ଷକ ଉପରେ ମନ୍ତବ୍ୟ ରଖି.. ଯୁବ ସମାଜକୁ ମଧ୍ୟାହ୍ଣର ତେଜ ସଦୃଶ୍ୟ ସଜାଗ, ସତର୍କ ଓ ସଂଗଠିତ ଭାବରେ ସମାଜରେ କିଛି ଭଲ କାମ କରିବାର ମନ ନେଇ ଆଗେଇ ଆସିବାକୁ ପ୍ରେରଣା ଦେଇ ସଭାଟିକୁ ପରିଚାଳନା କରିଥିଲେ । ପ୍ରାଧ୍ୟାପିକା ଉଷା ରାଣି ବ୍ରହ୍ମା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲ। ବେଳେ ଛାତ୍ର ନିହାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲଲ୍ଲେଖନିୟ ଅବଦାନ ନିମନ୍ତେ ଯୁବ ପ୍ରତିଭାମାନଙ୍କୁ ୱାଇଡବ୍ଲ୍ୟୁସିଏ ପକ୍ଷରୁ ୱାଇଡବ୍ଲ୍ୟୁସିଏ -ୟୁଥ ଆଚିଏବମେଣ୍ଟ ଆୱାର୍ଡ ୨୦୧୯ ଦ୍ୱାରା ସମ୍ବଦ୍ଧିତ କରାଯାଇଥିଲା । ସେମାନେ ହେଲେ ବିଶିଷ୍ଟ ବାଲୁକା ଶିଳ୍ପୀ ସତ୍ୟ ମହାରଣା, ପ୍ରଖ୍ୟାତ ଜୁନିଏସ ବିଶ୍ୱ ରେକର୍ଡ ଧାରୀ ମନୋଜ ମହାରଣା, ବିଶିଷ୍ଟ ଯୁବା ଗାୟିକା ସଂଗୀତା ପାଢ଼ୀ, ସୁନାମଧନ୍ୟ ଯୁବ ନୃତ୍ୟକାର ସୁଜିତ ରାଓ, ଯୁବା କବୟିତ୍ରୀ ସଂଘମିତ୍ରା ବେହେରା, ଯୁବ ସମାଜସେବୀ ସତ୍ୟନାରାୟଣ ମିଶ୍ର, ବିଶିଷ୍ଟ ସଂଗଠିକା ଓ ପ୍ରାଧ୍ୟାଧିକା ଉଷାରାଣି ବ୍ରହ୍ମାଙ୍କୁ ମାନପତ୍ର, ଟ୍ରଫି ଓ ଉପଢୌକନ ଦ୍ୱାରା ସମ୍ମାନୀତ କରାଯାଇଥିଲା ଏବଂ ସମସ୍ତ ଅତିଥିମାନଙ୍କୁ ଫୁଲ ଗଛ ପ୍ରଦାନ କରି ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଅବସର ସମୟରେ ବିଭିନ୍ନ ଅଞ୍ଚଳରେ ସମାଜ ସଚେତନ ଭିତିକ କାର୍ଯ୍ୟକ୍ରମ ବିଷୟରେ ପୋଷ୍ଟର ଓ ପ୍ଲାକାର୍ଡ଼ ମାଧମରେ ଯୁବ ସଚେତନତାର ବିବରଣୀ ଉପସ୍ଥାପନା କରିଥିଲେ । ଏହି ଅବସରରେ ୱାଇଡବ୍ଲ୍ୟୁସିଏର ଅନ୍ୟାନ୍ୟ ସଦସ୍ୟାମାନଙ୍କ ମଧ୍ୟରୁ ଇପସିତା ମହାନ୍ତି, ଅର୍ଚନା ନାୟକ, ଶାରନ ଚାନ୍ଦ, ରତ୍ନାମଣି କଟନ, ସୁନିତା ବଷିଷ୍ଟନ ଓ ବିଶ୍ୱ ବିଦ୍ୟାଳୟର ଅନ୍ୟ ପ୍ରାଧ୍ୟାପିକା ସମୂହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆଗାମୀ ଦିନରେ ସିଂଗଠିତ ଭାବରେ ୱାଇଡବ୍ଲ୍ୟୁସିଏ ସହ ବିଶ୍ୱ ବିଦ୍ୟାଳୟର ଯୁବପିଢ଼ିମାନେ ସମାଜ ସଚେତନ ଦିଗରେ ମିଳିତ ଭାବରେ କାର୍ଯ୍ୟ କରିବେ ବୋଲି ଅଧ୍ୟକ୍ଷା ମତ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

2 thoughts on “ଜାତୀୟ ଯୁବ ଦିବସ ପାଳିତ:ସମାଜ ପରିବର୍ତ୍ତନ ଦିଗରେ ଯୁବ ସଶକ୍ତିକରଣର ଆବଶ୍ୟକତା

Comments are closed.