
ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ରାତିରେ ଅକସ୍ମାତ ଅଗ୍ନିକାଣ୍ଡ ଘଟି ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକରେ ଥିବା ଚମାରଗାଁ ଗ୍ରାପାର ଅସ୍ତଡିହା ଗାଁର ୩ ପରିବାରଙ୍କ ଘର ଭଷ୍ମିଭୂତ ହୋଇଛି । ଅଗ୍ନିକାଣ୍ଡର କାର ସଂପର୍କରେ ସବିଶେଷ କାରଣ ମିଳିନଥିବା ବେଳେ ସମରେନ୍ଦ୍ର ସାମଲ, ରାଜୀବ ସାମଲ ଓ ସଂଜୀବ ସାମଲଙ୍କ ବାସଗୃହ ପୋଡି ଯାଇଥିବାର ଦେଖିବାକୁ ମିଳିଥିଲା । ଦୁଃଖର ବିଷୟ ୩ ପରିବାରର ୫୦ କ୍ୟୁଣ୍ଟାଲ ଧାନ, ସଆସବାପତ୍ର ଜିନିଷ ଉଦ୍ଧାର କରିପାରିନଥିଲା । କ୍ଷତିଗ୍ରସ୍ତ ପରିବାରବର୍ଗକୁ ସହାୟତା ଯୋଗାଇ ଦେବାକୁ ପୂର୍ବତନ ସରପଂଚ ହେମନ୍ତ କୁମାର ଗିରି ଦାବି କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା