

ରାୟଗଡ଼ା (ସମୃଦ୍ଧ ଓଡିଶା) ଅକ୍ସିଜେନ ଟ୍ୟାଙ୍କରରୁ ଗ୍ୟାସ ଲିକ । ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ବାଙ୍ଗାଳୁରୁ ଯାଉଥିବା ଯାଉଥିବା ୬ଟି ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କର ମଧ୍ୟରୁ ଗୋଟିଏ ଅକ୍ସିଜେନ ବୋଝେଇ ଟ୍ୟାଙ୍କରରୁ ଗ୍ୟାସ ଲିକ ହୋଇଛି । ଆଜି ରାୟଗଡ଼ା ଷ୍ଟେସନ ନିକଟରେ ଗ୍ୟାସ ଲିକ ହେଉଥିବା ଜଣ ପଡିବା ପରେ ଟ୍ରେନଟି ଷ୍ଟେସନରେ ଅଟକି ରହିଥିଲା ଜିଲ୍ଲା ପ୍ରଶାସନ ଓ ରେଳବାଇ ପୋଲିସ ପକ୍ଷରୁ ଏନେଇ ଅଗ୍ନିଶମ ବିଭାଗ ଓ ବୈଷୟିକ ଟିମକୁ ଘଟଣା ସ୍ଥଳକୁ ପଠା ଯାଇଥିଲା । ବୈଷୟିକ ଦଳ ପ୍ରାୟ ଏକ ଘଣ୍ଟା ଧରି ଟ୍ୟାଙ୍କରକୁ ମରାମତି କରିବା ପରେ ଅକ୍ସିଜେନ ଲିକ ବନ୍ଦ ହୋଇଥିଲା ଓ ପରେ ଟ୍ରେନଟି ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଛି ।
