ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ଉପଯୋନ ସ୍ତରୀୟ ସଂସ୍କାର ସଂଙ୍ଗୋଷ୍ଟିଙ୍କ ପକ୍ଷରୁ ଘରେ ଘରେ ବୃକ୍ଷରୋପଣ, ଜୁନ ୨ରେ ଗାୟତ୍ରୀ ଯଜ୍ଞ ନିମନ୍ତେ ଦକ୍ଷିଣା ଭିକ୍ଷା ଓ ଗୋପାଳନର ସୂତ୍ର ସଂଚାର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ବ୍ରହ୍ମପୁର ଉପଯୋନ ସ୍ତରୀୟ ସଂସ୍କାର ସଂଙ୍ଗୋଷ୍ଟି ଗତକାଲି ତଥା ତା ୨୭ ଅପ୍ରେଲ ୨୦୧୯ ରିଖ ଦିନ ସ୍ଥାନୀୟ ଚତୁର୍ଭୁଜ ଧର୍ମଶାଳାରେ ବ୍ରହ୍ମପୁର ମାରବାଡି ପରିବାର ସହଯୋଗରେ ଗାୟତ୍ରୀ ପରିବାର ବ୍ରହ୍ମପୁରର ଉପଯୋନ ସଂଯୋଜକ ଡ଼ଃ. ବୃନ୍ଦାବନ ମିଶ୍ରଙ୍କ ସଂଯୋଜନାରେ ଗୃହେ ଗୃହେ ଗାୟତ୍ରୀ ଯଜ୍ଞ ସମ୍ବନ୍ଧେ, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା ଓ ବ୍ରହ୍ମପୁର ମେଟ୍ରୋ ଜିଲ୍ଲାର ସମସ୍ତ ପରିଜନଙ୍କ ଉପସ୍ଥିତରେ ଶାନ୍ତି କୁଞ୍ଜ ହରିଦ୍ଵାରରୁ ଆସିଥିବା ପ୍ରତିନିଧିଙ୍କ ଦ୍ୱାରା ଗଞ୍ଜାମ ଜିଲ୍ଲା ଓ ଅନ୍ୟାନ୍ୟ ଜିଲ୍ଲାରେ ସାତ ହଜାର ଘରେ ଆସନ୍ତା ଜୁନ ୨ ତାରିଖରେ ଯଜ୍ଞ ଅନୁଷ୍ଠିତ କରିବା ପାଇଁ ପ୍ରତ୍ୟେକ ଘରୁ ଦକ୍ଷିଣା ସ୍ୱରୂପ ଯେକୌଣସି ଜିନିଷ ଭିକ୍ଷା କରିବା ସହିତ ପ୍ରତ୍ୟେକ ଘରେ ଗୋଟିଏ ବୃକ୍ଷ ରୋପଣ ଓ ଗୋପାଳନର ସୂତ୍ର ସଂଚାର କରିଥିଲେ । ଉକ୍ତ ୨୪ ଗୋଷ୍ଟିରେ ୭ ଶହରୁ ଅଧିକ ପରିଜନ ଏବଂ ହରିଦ୍ୱାର ପ୍ରତିନିଧି ବଳରାମ ଗୌତମ, ପ୍ରଦୀପ ଭାଇ, ଶେଷଦେବ ଭାଇ, ରବୀନ୍ଦ୍ର ଭାଇ, ସନ୍ତୋଷ ଭାଇ ଓ ରୋହିତ ଭାଇ ଉପସ୍ଥିତ ଥିଲାବେଳେ ଗଞ୍ଜାମ ଜିଲ୍ଲା ସଂଯୋଜକ ତ୍ରିନାଥ ସେଠି, ବ୍ରହ୍ମପୁରର ପ୍ରଭାକର ପଣ୍ଡା, ଫୁଲବାଣୀରୁ ପି. ରାମଚନ୍ଦ୍ର ସେନାପତି, ରାୟଗଡ଼ାରୁ ସୁଧୀର ମିଶ୍ର ଓ ରଜନୀ ମହାପାତ୍ର ନିଜ ନିଜ ଜିଲ୍ଲାର କାର୍ଯ୍ୟକ୍ରମ ଆଲୋଚନା କଲାବେଳେ ବିଶିଷ୍ଟ ସମାଜସେବୀ ଭିଷ୍ମଚାର୍ଯ୍ୟ ଚୋୖଧୁରୀ, ଲକ୍ଷ୍ମୀନାରାୟଣ ମହାରଣା, ପ୍ରଫୁଲ ଚନ୍ଦ୍ର ଦାସ, ରାମହରି ପଟ୍ଟନାୟକ, ତ୍ରିଲୋଚନ ମହାପାତ୍ର, ହର୍ଷ ସାମଲ, ଜୟକିଶୋର ପଣ୍ଡା, ନାଗେଶ୍ୱର ରାଓ, ପ୍ରସନ୍ନ ସାମଲ ଓ ଅନ୍ୟମାନେ ସମାଜର ବିଭିନ୍ନ ସମସ୍ୟାର ସମାଧାନର ସୂତ୍ର ପ୍ରଦାନ କରିଥିଲେ । ଶେଷରେ ଉପଯୋନ ସହ ସଂଯୋଜକ ପି. ରାମଚନ୍ଦ୍ର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା