ଅଖିଳ ଭାରତୀୟ ବ୍ରହ୍ମାକୁମାରୀ ପ୍ରଦର୍ଶନୀ ବସ ଅଭିଯାନ ଢେଙ୍କାନାଳର ବାଜିରାଉତ ଛକରେ ପହଞ୍ଚିଲା ..

ଢେଙ୍କାନାଳ(ଶୁଭମ ପାଣି)ଭାରତ ବର୍ଷରେ ଶାନ୍ତି ଓ ମୈତ୍ରୀ  ଭାବ ପ୍ରତିଷ୍ଠା କରିବା ପାଇଁ ଓଁ ଶାନ୍ତି ମାଧ୍ୟମରେ ବ୍ରହ୍ମ।କୁମାରୀ ସଂସ୍ଥା ଯୁବକ ଯୁବତୀମାନେ ଅବିବାହିତା ରହି ସାଧାରଣ ଜନତାଙ୍କୁ ମୋହିତ କରିବା ଅଭିଯାନ ଚାଲୁରଖିଥିବାବେଳେ ଏହି ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ 2017ରୁ ଅଖିଳଭାରତୀୟ  ବ୍ରହ୍ମାକୁମାରୀ ପ୍ରଦର୍ଶନୀ ବସ ଅଭିଯାନ ଦେଶର ଅଗଣିତ ଯୁବପିଡ଼ିଙ୍କ ମଧ୍ୟରେ ଶାନ୍ତି ଓ ମୈତ୍ରୀଭାବ ପ୍ରତିଷ୍ଠା,ଆଧ୍ୟାତ୍ମିକ ମୂଲ୍ୟବୋଧ ଓ ଉତ୍ତମ ଚରିତ୍ର ନିର୍ମାଣ ପ୍ରତି ଉତ୍ସହାହିତ କରିବା ଆଦି ସଂକଳ୍ପ ନେଇ ସାରାଦେଶରେ ଏହି ଅଭିଯାନ ରଥ ଘୁରିବୁଲୁଛି। ତେବେ ଗତକାଲି ଏହା ଢେଙ୍କାନାଳର ବାଜିରାଉତ ଛକଠାରେ ପହଞ୍ଚି ବାଜିରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ  କରିଥିଲେ ।ଏହାପରେ ବ୍ରହ୍ମ।କୁମାରୀ ଭଉଣୀ ମାନେ ବିରାଟ ପଦଯାତ୍ରାରେ ସହର ପରିକ୍ରମା କରିଥିଲେ।ତାଙ୍କୁ ସମ୍ବର୍ଦ୍ଧନା ଦେଇ ଢେଙ୍କାନାଳ ଲକ୍ଷ୍ମୀପୂଜା କମିଟି ସଭ୍ୟମାନେ ସହଯୋଗ କରିଥିଲେ ।ଏହି ଅଭିଯାନ ରଥ ସବୁ ଛୋଟ ବଡ ସହରରେ 2000ମସିହା ଶେଷପର୍ଯନ୍ତ  ପରିକ୍ରମା  କରିବ ଓ ମେଡ଼ିଟେସନ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଶାନ୍ତି ଓ ମୈତ୍ରୀଭାବ ପ୍ରତିଷ୍ଠା କରାଇବା ବୋଲି କୁହାଯାଉଛି।