ଅଖିଳେଶ୍ୱର ଯୁବକ ସଂଘ ଓ ଗୋବର୍ଦ୍ଦନପୁର ଗ୍ରାମବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ଗୋବଦ୍ଧନପୁର ଗ୍ରାମବାସୀ ଓ ଗ୍ରାମର ଅଧିଳେଶ୍ୱର ଯୁବକ ସଂଘର ମିଳିତଭାବେ ଗତ ତା ୮-୪-୨୦ରେ ମହାମାରୀ କୋରାନା ମୁଳକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧୦୧୬୦ଟଙ୍କା ଦାନ କରିଛନ୍ତି । ସେମାନେ ଏ ସଂପର୍କରେ ଗ୍ରାମବାସୀ ମାନଙ୍କୁ ସଚେତନ କରିବା ସହିତ ସରକାରଙ୍କ ସାମାଜିକ ଦୂରତ୍ୱ ବଜାଇ ରଖି ଘରକୁ ଘର ବୁଲି ଏହି ଅର୍ଥ ଯୋଗାଡ କରିଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରେ ହେମନ୍ତ କୁମାର ଜେନା, ରାଧାଶ୍ୟାମ ନାଥ, ପ୍ରଫୁଲ୍ଲ ଜେନା, ଦିଲ୍ଲିପ ଜେନା, ବିଶ୍ୱମ୍ବର ନାଥ, ବସନ୍ତ କୁମାର ମହାନ୍ତି, ପ୍ରଦୀପ ନାଥ ଗୌରହରି ନାଥ, ଭାଗୀରଥି ନାଥ, ରଂଜନ ଦଳାଇ, ତରୁଣ ନାଥ, ପ୍ରଭାକର ନାଥ, ଦୀପକ ନାଥ, ବଂଶିଧର ବେହେରା ଓ ଅବନୀ ନାଥ ପ୍ରମୁଖ ଏହି ଅର୍ଥ ଯୋଗାଡ କରିବାରେ ସହାୟତା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା