

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଅପରାହ୍ନରେ ଜଳେଶ୍ୱର ଥାନା ଅନ୍ତର୍ଗତ ଖାଲିନା ଗାଁରେ ଅଗ୍ନିକାଣ୍ଡ ଘଟି ୫ ପରିବାରର ସର୍ବସ୍ୱ ପୋଡି ଭଷ୍ମୀଭୂତ ହୋଇଛି । ଘନଶ୍ୟାମ କର, କାଳୀଚରଣ କର, ଜିତେନ୍ଦ୍ର କର, ବନମାଳି କର, ଧନଞ୍ଜୟ କରଙ୍କ ୧୪ବଖରା ନଡାଛପର ଘର ସହିତ ୨ଟି ଗୁହାଳ ମଧ୍ୟ ପୋଡି ଯାଇଛି । ନିଆଁର ତିବ୍ରତା ଏତେ ପ୍ରଖର ଥିଲା ଯେ କୌଣସି ଆସବାପତ୍ର କାଢିବା ସମ୍ଭବ ହୋଇନଥିଲା । ଫଳରେ ଧାନଚାଉଳ, ପିନ୍ଧାଲୁଗା, ବାସନକୁସନ ସବୁକିଛି ପୋଡି ଭଷ୍ମିଭୂତ ହୋଇଛି । ସେମାନଙ୍କୁ ଆପାଦକାଳୀନ ସାହାଯ୍ୟ ଯୋଗାଇବାକୁ ବିଜୟ ମହାପାତ୍ର, ଜୟନ୍ତ କର, ନୟନ ପାଠୀ, ଘନଶ୍ୟାମ ପାତ୍ର, ନିଳାମ୍ବାର ପାଣିଗ୍ରାହୀ, ପ୍ରଦୀପ କର, ଅଶୋକ ଦାସ, ପ୍ରବୀର କର, ରଘୁନାଥ କର ପ୍ରମୁଖ ଦାବି ଜଣାଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା