

ଛତ୍ରପୁର (ସମୃଦ୍ଧ ଓଡିଶା) ଭଦ୍ରକ, ସୁନ୍ଦରଗଡ, ମୟୁରଭଞ୍ଜ ଜିଲ୍ଲାର ୬ ଜଣ ଅଙ୍ଗନବାଡି କର୍ମୀଙ୍କୁ ଆକ୍ରୋଶମୂଳକ ଭାବେ ବହିଷ୍କାର କରାଯାଇ ଥିବା ପ୍ରତିବାଦରେ ଗତକାଲି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ଗଂଜାମ ଜିଲ୍ଲା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ବିହଷ୍କୃତ କରାଯାଇଥିବା କର୍ମୀମାନଙ୍କୁ ଆସନ୍ତା ୧୫ ତାରିଖ ସୁଦ୍ଧା ପୂର୍ବପରି କାର୍ଯ୍ୟରେ ଯୋଗଦାନ କରିବା ପାଇଁ ସରକାର ସୁବ୍ୟବସ୍ଥା କରନ୍ତୁ ଏବଂ ଅଙ୍ଗନବାଡି କର୍ମୀମାନଙ୍କ ପ୍ରତି ଆକ୍ରୋଶମୂଳକ ପଦକ୍ଷେପ ନେବା ତୁରନ୍ତ ବନ୍ଦ କରାଯାଉ । ନଚେତ ସଂଘ ପକ୍ଷରୁ ଆନ୍ଦୋଳକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଥିଲେ । ପରେ ମହିଳା ଶିଶୁ ବିକାଶ ଓ ମିସନ ଶକ୍ତି ବିଭାଗ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭରେ ଗଞ୍ଜାମ ଜିଲ୍ଲାର ଅମିତା ସାହୁ, ରାଜେନ୍ଦ୍ରନାଥ ନାୟକ, କେ.ଜ୍ୟୋତି ଆଚାରୀ, ରଞ୍ଜିତା କୁମାରୀ ରଥ, ମଞ୍ଜୁବାଳା ପାଣିଗ୍ରାହୀଙ୍କ ବହୁ କର୍ମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

