ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ବିଭିନ୍ନ ସମସ୍ୟା ନେଇ ପ୍ରମୁଖ ଶାସନ ସଚିବଙ୍କୁ ଦାବିପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମାଜରେ ମହିଳା ଓ ଶିଶୁଙ୍କର ବିକାଶ ଓ ସୁରକ୍ଷା ଲାଗି କାର୍ଯ୍ୟ କରୁଥିବା ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ବିଭିନ୍ନ ସମସ୍ୟା ଓ ସମାଧାନ ନିମନ୍ତେ ଆଜି ଅଂଗନୱାଡି କର୍ମଚାରୀ ୟୁନିୟନ ଓ ସଂଯୋକ୍ତ ମୋର୍ଚ୍ଚା ପକ୍ଷରୁ ରାଜ୍ୟର ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତିର ପ୍ରମୁଖ ଶାସନ ସଚିବଙ୍କୁ ଏକ ଦାବିପତ୍ର ପ୍ରେରଣ କରାଯ।ଇଛି । ୧୪ ଦଫା ଦାବି ମଧ୍ୟରେ ସମସ୍ତ କର୍ମୀଙ୍କୁ ଶିକ୍ଷକର ମାନ୍ୟତା ଓ ସହାୟିକାଙ୍କୁ ସହକାରୀ ଶିକ୍ଷକର ମାନ୍ୟତା ପ୍ରଦାନ ସହିତ ଭତ୍ତା ପ୍ରଦାନ କରାଯାଉବୋଲି ସେମାନେ ଦାବି ଜଣାଛନ୍ତି । ଯଥାକ୍ରମେ ୫ବର୍ଷ ଓ ୧୦ବର୍ଷ କାର୍ଯ୍ୟକରିଥିବା ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ବର୍ଦ୍ଧିତ ଦରମା, ଏସ୍‌.ଏନ୍‌.ପି ମୂଲ୍ୟର ସଂଶୋଧନ, ପେନ୍‌ସନ ଓ ଗ୍ରାଚୁୁ୍ୟଇଟିର ବ୍ୟବସ୍ଥା, ସହାୟିକାଙ୍କ ପଦୋନ୍ନତି, ଅସୁସ୍ଥ ଅଙ୍ଗନୱାଡି କର୍ମୀ ଓ ସହାୟିକାଙଙ୍କୁ ୫୦ହଜାର ଟଙ୍କାର ସହାୟତା, ମିନି ଅଂଗନୱାଡି କେନ୍ଦ୍ରକୁ ଅଂଗନୱାଡି କେନ୍ଦ୍ରରେ ପରିଣତ କରିବା, ଅଂଗନୱାଡି କେନ୍ଦ୍ରକୁୁ ବିଦ୍ୟୁତ୍ ସଂଯୋଗ, ୩୫ ଓ ୩୬ଜମ ଶଶ୍ରମ ସମ୍ମିଳନୀର ସୁପାରିଶ ଅନୁଯାୟୀ ସମାଜସେବୀ ଆଖ୍ୟା ଉଚ୍ଛେଦ କରି କର୍ମଚ।ରୀ ଆଖ୍ୟା, ବୀମା ଯୋଜନାର ସଫଳ ରୂପ।ୟନ, ମୃତ କକର୍ମୀ ଓ ସହାୟିକାଙ୍କ ଉତ୍ତରାଧିକାରୀଙ୍କୁ ନିଯୁୁକ୍ତି ଇତ୍ୟାଦି ନେଇ ଦାବି କରାଯାଇଛି । ସଂଘରର ସାଧାରଣ ସଂପାଦିକା ହରରପ୍ରିୟା ସ୍ୱାଇ, ସଭାପତି ରାଧାରମଣ ଷଢଙ୍ଗୀ, କେନ୍ଦ୍ରୀୟ ଆବାହକ ପ୍ରଦୀପ ପାଢୀଙ୍କ ନେତୃତ୍ୱରେ ଲକ୍ଷ୍ମୀପ୍ରିୟା ଦାସ, କଳ୍ପନା ଦେ, ମମତା ଦାସମହାପାତ୍ର, ତୃପ୍ତିରାଣୀ ମହାନ୍ତି, ସୁଚିତ୍ରା ଆସ, ଚମ୍ପାବତୀ ନାଗ, ଝରଣା ସାହୁ, ସୁଗୀ ମୁର୍ମୁ, କୁନ୍ତଳା ପାତ୍ର, ସ୍ୱାଗତିକା ଜେନା, ଫୁଲ ସରେନ୍‌, ମଞ୍ଜୁଲତା ପ୍ରମାଣିକ, ପ୍ରଭାସିନୀ ଗିରି, ରାଜଶ୍ୱରୀ କଟାଲ, ବାସନ୍ତୀ ବାସ୍କେ, ପ୍ରମିଳା ପାଳ ପ୍ରମୁଖ ଏକ ଦାବିପତ୍ର ବିଡିଓ ଦୀପ୍ତିରଂଜନ ସେଠୀଙ୍କୁ ପ୍ରଦାନ କରିଥିଲେ । ଉପଦେଷ୍ଟା କମଳ ଚକ୍ରବର୍ତ୍ତୀ ଓ ମନୋରଂଜନ ଦାସ ସହଯୋଗ କରିଥିଲେ ।

ରିପୋର୍ଟ : ଭୂପତି ପରିଡା