ଅଙ୍ଗନୱାଡି କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା : ଜଳେଶ୍ୱର ବ୍ଳକ ସଂଘ ପକ୍ଷରୁ କୃତଜ୍ଞତା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଅନ୍ୟତମ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ଅଙ୍ଗନୱାଡି କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଏକ ହଜାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଏହା ଜୁଲାଇ ଠାରୁ ଅକ୍ଟୋବର ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଏହା ଜଣାଯିବା ପରେ ଅଲ୍ ଓଡିଶା ଅଙ୍ଗନୱାଡି କର୍ମୀ ସହାୟିକା ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଦିଆଯାଇଛି । କର୍ମୀମାନଙ୍କ ମଧ୍ୟରେ ଏଥିନେଇ ଆନନ୍ଦ ପ୍ରକାଶ ପାଇଛି । ଏଥିରେ ଜଳେଶ୍ୱର ଶାଖାର ସବିତା ପରିଡା, ବନଜା ଦାସ, ଛବିରାଣୀ ପରିଡା, ମିନତି ପାଣିଗ୍ରାହୀ, ଅପର୍ଣ୍ଣା ପ୍ରଧାନ, ସୁଲୋଚନା ଦିନ୍ଦା, ଚନ୍ଦନା ଦାସ, ତାପସିନୀ ଦାସ ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା