ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଅଚାନକ ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଛତ୍ରପୁରରେ ଥିବା ୨ଟି ଦୀନଦୟାଳୁ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଓ ବିଜୁ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନରେ ଯାଇ କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ସହ ହଷ୍ଟେଲ, ରୋଷେଇ ଘର, ତାଲିମ କେନ୍ଦ୍ର, କ୍ଲାସ ରୁମ ଓ ପରିମଳ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ହଷ୍ଟେଲରେ ଦିଆଯାଉଥିବା ଖାଇବା ପର୍ଯ୍ୟାପ୍ତ ହେଉନି ବୋଲି କେତେଜଣ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା । ଖାଦ୍ୟର ସୁଷମ ବଣ୍ଟନ ସହ ଏହାର ମନ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ଛାତ୍ରୀମାନେ ହଷ୍ଟେଲରେ ରହୁଥିବାରୁ ସୁରକ୍ଷା ବ୍ୟବସ୍ଥା ବଢାଇବା, ଫାୟାର ସେଫଟି ଉପରେ ଧ୍ୟାନ ଦେବା, ଅଧିକରୁ ଅଧିକ ଗରିବ ଛାତ୍ରଛାତ୍ରୀମାନଙ୍କୁ ଏହି ୨ କେନ୍ଦ୍ରରେ ଭର୍ତ୍ତି କରିବାକୁ ଜିଲ୍ଲପାଳ କହିଛନ୍ତି । ଦୀନଦୟାଳୁ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଦକ୍ଷତା ବିକାଶ କେନ୍ଦ୍ରରେ ୧୫୬ ଛାତ୍ରଛାତ୍ରୀ ପଢୁଛନ୍ତି । ଏଠାରେ ଡୋମେଷ୍ଟିକ ଇଲେକ୍ଟ୍ରିସିଟି ଓ ସିଲେଇ ଶିକ୍ଷା ଦିଆଯାଉଛି । ସେହିପରି ବିଜୁ ଦକ୍ଷତା ବିକାଶ କେନ୍ଦ୍ରରେ ୭୦ ଜଣ ଛାତ୍ରଛାତ୍ରୀ ଅଛନ୍ତି । ପରିମଳ ଓ ଚାରା ରୋପଣ ଉପରେ ଧ୍ୟାନ ଦେବାକୁ ଜିଲ୍ଲାପାଳ କହିଛନ୍ତି । ଏହି ପରିଦର୍ଶନ ବେଳେ ଜିଲ୍ଲାପାଳଙ୍କ ସହ ଡିଆରଡିଏ ପିଡି ଦେବବ୍ରତ ସାହୁ, ଓରମାସ ସହକାରୀ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ମହାନ୍ତି, ଦିଆରସିର ଜିଏମ ସୂର୍ଯ୍ୟ ମାଧବ ପାଣିଗ୍ରାହୀ, ରିଜିଓନାଲ ଆସିଷ୍ଟାଣ୍ଡ ଡ଼ାଇରେକ୍ଟର (ଏମ୍ପ୍ଲଏମେଣ୍ଟ)ଆର ଏମ ଖିଲାନା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା