

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ଗୁରୁବାର ସକାଳେ ଏକ ବାଛୁରୀ ଦୁର୍ଘଟଣାରେ ଆହତ ହୋଇ ପଡିରହିଥିବା ଦେଖିବାକୁ ମିଳିଥିଲା । ବୁଧବାର ବିଳମ୍ବିତ ରାତ୍ରିରେ କୌଣସି ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିବା ଅନୁମାନ କରାଯାଉଛି । ସକାଳେ ଏନଏସି ଉପାଧ୍ୟକ୍ଷ ପ୍ରଦୀପ୍ତ ପଟ୍ଟନାୟକ ପ୍ରାଣୀ ଚିକିତ୍ସାଳୟ ସହିତ ଯୋଗାଯୋଗ କରି ବାଛୁରୀଟିର ଆଶୁ ଚିକିତ୍ସା ନେଇ ହାତ ବଢ଼ାଇଥିଲେ । ତାଙ୍କ ସହିତ କାଉନସିଲର ପ୍ରତିନିଧି ନୀଳକଣ୍ଠ ପଟ୍ଟନାୟକ, ବିଜୁ ଯୁବ ବାହିନୀ ସଭାପତି ସମୀର କାନ୍ତ ତ୍ରିପାଠୀ, ନୀଳାଞ୍ଚଳ ରଥ, କାହ୍ନୁ ଚରଣ ବେହେରା ପ୍ରମୁଖ ଉପସ୍ଥିତ ରହି ଆହତ ବାଛୁରୀର ଉପଯୁକ୍ତ ସେବା କରି ସୁରକ୍ଷିତ ସ୍ଥାନରେ ଛାଡିଥିଲେ । ନିଜ ନିଜ ପୋଷ୍ୟ ପଶୁ ସଂପଦ ମାନଙ୍କର ସୁରକ୍ଷା ନେଇ ରାସ୍ତା ଉପରକୁ ନଛାଡିବାକୁ ପରାମର୍ଶ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
