ଅଜଣା ବ୍ୟକ୍ତିର ଶବ ଉଦ୍ଧାର:ଦମକଳ ବାହିନୀ ଓ ପୋଲିସ ପୋଖରୀରୁ ଉଦ୍ଧାର କଲେ ମୃତଦେହ

ଛତ୍ରପୁର(ସମୃଦ୍ଧ ଓଡିଶା)ରମ୍ଭାଥାନା ଅଧିନସ୍ଥ କଳାଜମୁନା ଗ୍ରାମ ନିକଟରେ ଥିବା ଗଡ ହୁମ୍ମାର ଜୋକବନ୍ଧରେ ଭାସୁଥିବା ଏକ ମୃତଶରୀରକୁ ଦମକଳ ବାହିନୀର ସହାୟତାରେ ରମ୍ଭା ପୋଲିସ ଉଦ୍ଧାର କରିଛି । ଆଜି ସକାଳେ କିଛି ସ୍ଥାନୀୟ ଲୋକ ଜୋକବନ୍ଧରେ ଭାସୁଥିବା ଏକ ଜରିଅଖା ଭିତରେ ମୃତ ଶରୀର ଦେଖିବାକୁ ପାଇଥିଲେ । ଶରୀରଟି ପଚିସଢ଼ି ଯାଇଥିବାରୁ କିଛି ଅଂଶ ବାହାରକୁ ଦେଖାଯାଉଥିଲା ଓ ଦୁର୍ଗନ୍ଧ ହେଉଥିଲା । ପୋଲିସ କୁ ଖବର ଦେବାପରେ ଦମକଳ ବାହିନୀର କର୍ମଚାରୀ ମାନେ ଓ ରମ୍ଭା ପୋଲିସ ମିଳିତ ଉଦ୍ୟମରେ ଶବ ଉଦ୍ଧାର କରିଥିଲେ । ଅଦ୍ୟାବଧି ଶବକୁ ଚିହ୍ନଟ କରାଯାଇପାରି ନାହିଁ ।ପୋଲିସର ତଦନ୍ତ ଜାରିରହିଛି ।  

ରିପୋର୍ଟ:ନିମାଇଁ ଚରଣ ପଣ୍ଡା